ଭୁବନେଶ୍ୱର: ଲକଡାଉନ ସମୟରେ ମୋବାଇଲ ସଂଯୋଗ ନକାଟିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । କେନ୍ଦ୍ର ଟେଲିକମ ସଚିବଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଚିଠି ଲେଖି କହିଛନ୍ତି, ଲକଡାଉନ ଯୋଗୁଁ ଏବେ ଦୋକାନ ବଜାର ବନ୍ଦ ରହିଛି । ଲୋକେ ମୋବାଇଲ ଫୋନ୍ ରିଚାର୍ଜ କରିପାରୁ ନାହାନ୍ତି। ରିଚାର୍ଜ ଅଭାବରୁ ଅନେକ ଲୋକଙ୍କ ସଂଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି । ତେଣୁ ଏଭଳି ଏକ ସଂକଟ ସମୟରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ମୋବାଇଲ ସଂଯୋଗ ନକାଟିବାକୁ ଅନୁରୋଧ।
ମୁଖ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅତିକମରେ ଇନକମିଂ ସୁବିଧା ଦିଆଯାଉ । ନହେଲେ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅସୁବିଧା ହେବ । ସେହିଭଳି ସରକାରଙ୍କ ସୂଚନା ଲୋକଙ୍କ ପାଖରେ ପହଞ୍ଚିବାରେ ଅସୁବିଧା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/asit.jpg)