ଚିକିଟି : କରୋନାର ମୁକାବିଲା ପାଇଁ ଭାରତରେ ତାଲାବନ୍ଦ ଘୋଷଣା ହୋଇଥିବା ବେଳେ ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଚିକିଟି ବ୍ଲକରେ ସୁନାପୁର ସରପଞ୍ଚ ମଞ୍ଜୁଳା ବେହେରାଙ୍କ ଘରକୁ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଥିବାର ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2020/04/ch-1.jpg)
ସରପଞ୍ଚ ମଞ୍ଜୁଳା ବେହେରାଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ୧ଟା ସମୟରେ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ମଞ୍ଜୁଳା ବେହେରାଙ୍କ ସ୍ବାମୀ ଘରେ ନ ଥିଲେ। ତାଙ୍କ ସହ ଝିଆରୀ ଓ ଜଣେ ପଡ଼ୋଶୀ ଘରେ ଥିଲେ। ନିଆଁ ଲାଗିବା ମାତ୍ରେ ମଞ୍ଜୁଳାଙ୍କର ନିଦ ଭାଙ୍ଗିଥିଲା।
/sambad/media/post_attachments/wp-content/uploads/2020/04/ch8-300x276.jpg)
ସେ ତତକ୍ଷଣାତ୍ ଏନେଇ ସୁନାପୁର ସାମୁଦ୍ରିକ ଥାନା ଓ କନିସି ଦମକଳ ବାହିନୀକୁ ଖବର ଦେଇଥିଲେ। କନିସି ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ସୁନାପୁର ସାମୁଦ୍ରିକ ଥାନା ଏସଂପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ସରପଞ୍ଚ ମଞ୍ଜୁଳା ବେହେରା, ଝିଆରୀ ଓ ତାଙ୍କ ପଡ଼ୋଶୀ ଅଳ୍ପକେ ବର୍ତିଯାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Sarpanchs-House-Gets-Fire_Thumbnail.jpg)