ନୀଳଚକ୍ରରେ ବସିଲା ଚିଲ

ପୁରୀ : ମଙ୍ଗଳବାରଠାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି। ଏଭଳି ସ୍ଥିତିରେ ମଙ୍ଗଳବାର ଦିନ ନୀଳଚକ୍ରରେ ଏକ ଚିଲ ‌ବହୁ ସମୟ ଧରି ବସି ରହିବା ଭକ୍ତଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି। ଆଜି ଚିଲଟି ପୂର୍ବାହ୍ଣରୁ ପ୍ରାୟ ୩ ଘଣ୍ଟା ଧରି ନୀଳଚକ୍ରରେ ବସିବା ସହ ଆଖପାଖରେ ଉଡ଼ିବା ଦେଖିବାକୁ ମିଳିଥିଲା। ପରେ ଚିଲଟି ଉଡ଼ିଯାଇଥିଲା।

ନୀଳଚକ୍ର ଉପରେ ଚିଲ ବସିବା ଅଶୁଭ ସଙ୍କେତ ବୋଲି ଭକ୍ତମାନେ ଶଙ୍କା ପ୍ରକାଶ କରିଛନ୍ତି। କାରଣ ନୀଳଚକ୍ରରେ ସେଭଳି ଚିଲ କେବେ ବସେନି। କିନ୍ତୁ ମଙ୍ଗଳବାର ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସି ରହିବା ଅଶୁଭ ସଙ୍କେତର ସୂଚନା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର