ଶିଶୁଦିବସରେ ଧମାଲ କରିବେ କୁନି ଆର୍‌ଜେ

ଭୁବନେଶ୍ବର: ସବୁବେଳେ କିଛି ନିଆରା କାର୍ଯ୍ୟକ୍ରମ କରିଆସୁଥିବା ଓଡ଼଼ିଶାର ନମ୍ବର ଓ୍ୱାନ୍ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍‌ ଏଥର ଶିଶୁଦିବସରେ ତା’ର ପ୍ରତିଟି କାର୍ଯ୍ୟକ୍ରମକୁ ପରିବେଷଣ କରିବେ ଶିଶୁ ଆର୍‌ଜେମାନେ। ଏହି କ୍ରମରେ ସକାଳ ୮ଟାରେ ‘ସକାଳର ପହିଲି ଗାଡ଼ି’ ଯାହାକୁ ଆରଜେ କୋମଲ ପରିବେଷଣ କରନ୍ତି ତାହା ପରିବେଷଣ କରିବେ ୮ବର୍ଷର ନତାଶା ଓ ୧୦ବର୍ଷର ରୂପେନ। ଉଭୟ କୋମଲଙ୍କ ପରି ଶ୍ରୋତାମାନଙ୍କୁ ସକାଳର ତାଜା ଖବର, ପାଣିପାଗ, ସୁନାରୁପା ରେଟ୍ ଜଣାଇବା ସହ ଶ୍ରୋତାମାନଙ୍କ ମେସେଜ୍‌ର ଉତ୍ତର ଦେବେ। ପୂର୍ବାହ୍ଣ ୧୦ଟାରେ ଆର୍‌ଜେ ଅନିଲଙ୍କ ‘ଭାଉଜ ନମସ୍କାର’କୁ ନେଇକି ଆସିବେ ୬ବର୍ଷରସମ୍ପର୍କ। ସେ ଅନିଲଙ୍କ ଭାଉଜମାନଙ୍କ ସହ କଥାହେବେ, ମସ୍ତି କରିବେ। ଅପରାହ୍ଣ ୨ଟାରେ ୧୦ ବର୍ଷର ଛୋଟା ଆରଜେ ଶ୍ଲୋକା ଆର୍‌ଜେ ନିଭିଙ୍କ ‘ତୁମପାଇଁ ଗୀତଟିଏ’ରେ ଆସିବେ। ସେ ମଧ୍ୟ ନିଭିଙ୍କ ପରି ଶ୍ରୋତାମାନଙ୍କ ସହ କଥା ହେବା ସହ, ସେମାନଙ୍କ ଅନୁରୋଧରେ ଏଫ୍ଏମ୍‌ରେ ଗୀତ ଶୁଣେଇବେ। ଅପରାହ୍ଣ ୪ଟାରେ ଚକଲେଟ କାଉଉଣ୍ଟଡାଉନ୍‌ରେ ଆସିବେ ୬ ବର୍ଷର ସାଜନ। ସେ ତାଙ୍କ ଶୈଳୀରେ ବଲିଉଡ୍‌ର ମଜାଳିଆ କଥା ସବୁ କହିବେ। ସନ୍ଧ୍ୟା ୬ଟାରେ ଆସିବେ ଅଂଶୁମାନ ଓ ଦିବ୍ୟାନି। ଉଭୟ ‘ଦୁଷ୍ଟ ଏଇ ଝିଅକୁ ନେଇ’ ପରିବେଷଣ କରିବେ। ଯାହାକୁ ପରିବେଷଣ କରନ୍ତି ଆରଜେ ଅଭି ଓ ନିଭି। ରାତି ୧୦ଟାରେ ଆରଜେ କୋୟଲଙ୍କ ପ୍ରେମର ଫର୍ମୂଲାକୁ ନେଇକି ଆସିବେ କୁନି ଆର୍‌ଜେ କୋୟଲରାନୀ। ଦିନ ସାରା ଏହି କାର୍ଯ୍ୟକ୍ରମ ସବୁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ଶୁଣିବା ସହ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ମଧ୍ୟ ଶୁଣି ପାରିବେ। ରେଡିଓ ଚକ୍‌ଲେଟ୍‌ ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋର୍‌ରୁ ଡାଉନଲୋଡ୍‌ କରି ପାରିବେ।

ସମ୍ବନ୍ଧିତ ଖବର