ଝାରସୁଗୁଡ଼ା : ଗୁରୁବାର ସକାଳେ ଝାରସୁଗୁଡ଼ା ସହର ବେହେରାମାଲ ଓଭର ବ୍ରିଜ ତଳେ ରେଲେଓ୍ଵ ଟ୍ରାକ୍ରେ ଏକ ୨ ବର୍ଷ ଶିଶୁର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥଛି। ସକାଳ ୬ଟାରେ ମୁମ୍ବାଇ-ହାଓ୍ଵାଡ଼ା ଡାଉନ୍ ରେଳ ଲାଇନରେ ଦୁଇ ବର୍ଷରୁ ଅଢ଼େଇ ବର୍ଷ ବୟସର ଏକ ଶିଶୁର ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ଜିଆର୍ପି ପୁଲିସକୁ ଖବର ଦେଇଥିଲେ। ଶିଶୁଟି ସେହି ରାସ୍ତାରେ ଯାଇଥିବା କୌଣସି ଟ୍ରେନ୍ରୁ ଖସି ପଡ଼ିଥିବା ପୁଲିସ ଆଶଙ୍କା କରୁଛି। ଏନେଇ କୌଣସି ପୁଲିସ୍ ଷ୍ଟେସନରେ ଏତଲା ହୋଇନାହିଁ।
ରେଳ ଧାରଣାରେ ମୃତ ଶିଶୁ
/sambad/media/post_attachments/wp-content/uploads/2018/06/child-1.jpg-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)