ବାସୁଦେବପୁର : ବାପାମା’ଙ୍କ ଆଗରେ ଚାଲିଗଲା କଅଁଳ ଶିଶୁର ଜୀବନ। ଟ୍ରକ୍ ଧକ୍କାରେ ମାଆ କୋଳରୁ ଛିଟିକି ପଡ଼ିଥିବା ୯ ମାସର କଅଁଳ ଶିଶୁପୁତ୍ର ଉପରେ ଟ୍ରକ୍ ଚଢ଼ିଗଲା। ଭଦ୍ରକ ଜିଲ୍ଲା ବାସୁଦେବପୁର କଲେଜ ରୋଡ୍ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଘଟଣା ଅନୁସାରେ, ବାସୁଦେବପୁର ବ୍ଲକ୍ କଶିଆ ସାମୁଦ୍ରିକ ଥାନା ଅଞ୍ଚଳର ଦୀପକ ମଣ୍ତଳ ଓ ତାଙ୍କ ସ୍ତ୍ରୀ ଆଜି ବାଇକ୍ ଯୋଗେ ନିଜ ୯ ମାସର ଶିଶୁପୁତ୍ରକୁ ନେଇ ବାସୁଦେବପୁର ଡାକ୍ତରଖାନାକୁ ଆସୁଥିଲେ। ବାସୁଦେବପୁର କଲେଜ ରୋଡ୍ ହାଟସାଗର ନିକଟରେ ଦୀପକଙ୍କ ବାଇକ୍ ପଛପଟୁ ଏକ ଟ୍ରକ୍ ଧକ୍କା ଦେବାଫଳରେ ମାଆ କୋଳରୁ ଶିଶୁପୁତ୍ରଟି ଛିଟିକି ପଡ଼ିଥିଲା ଏବଂ ଟ୍ରକ୍ ଚକା ତା’ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଶିଶୁପୁତ୍ରର ପ୍ରାଣବାୟୁ ଉଡ଼ି ଯାଇଥିଲା।
/sambad/media/post_attachments/wp-content/uploads/2023/05/bhadrak-d-665x430.jpg)
ଘଟଣାସ୍ଥଳରେ ବାପାମାଆ ଦୁହେଁ ଶିଶୁପୁତ୍ରକୁ କୋଳେଇ ନେଇ ଉପସ୍ଥିତ ଲୋକମାନଙ୍କୁ ଜୀବନଭିକ୍ଷା କରିବା ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଦୁର୍ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସହର ଭିତରେ ଦ୍ରୁତ ଗାଡ଼ିଚାଳନାକୁ ବିରୋଧ କରି ଲୋକେ କଲେଜ ରାସ୍ତାକୁ ଅବରୋଧ କରିଥିଲେ। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା।
ଏ ନେଇ ବାସୁଦେବପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/dead-new-indian-express.jpg)