ଭଣ୍ତାରିପୋଖରୀ : ଭଣ୍ତାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପୁଅ ଅଙ୍କିତ(୧୨)ଙ୍କ ବାଲିଖାଦାନରେ ପଡି ମୃତ୍ୟୁ ହୋଇଛି। ଅଙ୍କିତ ସାଙ୍ଗମାନଙ୍କ ସହ ଘର ସମ୍ମୁଖରେ ଖେଳୁଥିଲେ। ଗ୍ରାମର ଭଜିଘର ସମ୍ମୁଖ ବାଲିଖାଦାନ ଜଳପୂର୍ଣ୍ଣ ରହିଥିଲା। ସାଙ୍ଗପିଲା ସହ ଖେଳାଖେଳି କରୁଥିବା ବେଳେ ବାଳିଖାଦାନକୁ ଚାଲି ଯାଇଥିଲା। ଭୟଭୀତ ହୋଇ ସାଙ୍ଗ ପିଲା ଘରକୁ ପଳାଇ ଆସିଥିଲେ। ଡେରି ହେବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ସାଙ୍ଗପିଲାକୁ ଅଙ୍କିତ ସମ୍ପର୍କରେ ପଚାରିଥିଲେ। ଅଙ୍କିତ ବାଲିଖାଦାନ ଗଣ୍ତଆଡକୁ ଯାଇଥିଲା ବୋଲି କହିଥିଲେ। ପରିବାର ଲୋକେ ବାଲିଖାଦାନ ଗଣ୍ତରେ ଖୋଜାଖୋଜି କରି ଶିଶୁକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଅଙ୍କିତକୁ ମୃତ ଘୋଷଣା କରିଥିିଲେ।
ବାଲିଖାଦାନରେ ବୁଡ଼ି ଶିଶୁ ମୃତ
/sambad/media/post_attachments/wp-content/uploads/2018/10/da.jpg)