ଦେବଗଡ଼ : ଦେବଗଡ଼ ସହରରେ ଶନିବାର ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଦେବଗଡ଼ ପୌରାଞ୍ଚଳ ଖପରସାହିରେ ରହୁଥିବା କାଳିଆ ବେହେରାଙ୍କ ଝିଅ ବନେୟା (୬) ଆଜି ସ୍କୁଲରୁ ଫେରି ଖେଳିବାକୁ ଯାଇଥିଲା। ତେବେ ବହୁ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ତାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ପରେ ନିକଟସ୍ଥ ଏକ ନିର୍ମାଣଧୀନ ଘରର ପାଇଖାନା ଟାଙ୍କିରୁ ବନେୟାର ମୃତ ଦେହ ଉଦ୍ଧାର କରାଯାଇଥିଲା। ସେ ଖେଳୁଥିବା ବେଳେ ଉକ୍ତ ଟାଙ୍କିରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଖବର ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ
/sambad/media/post_attachments/wp-content/uploads/2019/08/811167-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)