କଟକ : ଏସ୍ସିବି କରୋନା ଆଇସୋଲେସନ୍ ୱାର୍ଡରେ ଚିକିତ୍ସିତ ହେଉଥିବା ଗୁରୁତର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗତକାଲି ସଂଧ୍ୟାରେ ନୟାଗଡରୁ ଉକ୍ତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇଥିଲା। ଶିଶୁର ଅବସ୍ଥା ଗୁରୁତର ଥିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। କରୋନା ପରୀକ୍ଷା ପାଇଁ ଶିଶୁର ସ୍ବାବ୍ ଯାଇଥିବାବେଳେ ରାତି ୮ଟା ପର୍ଯ୍ୟନ୍ତ ରିପୋର୍ଟ ଆସି ନଥିବାରୁ ମୃତଦେହକୁ ଛଡ଼ା ଯାଇନାହିଁ। ଅନ୍ୟପଟେ, ରବିବାର ସଂଧ୍ୟାରେ ଶିଶୁଭବନରୁ ପୁଣି ଜଣେ ଶିଶୁରୋଗୀଙ୍କୁ ଏସ୍ସିବି କରୋନା ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp