ଟ୍ରେନ ଧକ୍କାରେ ଦେଢ଼ବର୍ଷର ଶିଶୁ ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ର ମଙ୍ଗଲାଲ ହଟିଂ ନିକଟ ରେଳଲାଇନରେ ଆଜି ଏକ ମାଲବାହି ଟ୍ରେନ ଧକ୍କାରେ ଆଜି ସକାଳେ ଦେଢ଼ ବର୍ଷର ଜଣେ ଶିଶୁପୁତ୍ରର ମୃତୁ ଘଟିଛି। ମୃତ ଶିଶୁର ନାମ ଅବିନାଶ ମହାକୁଡ। ମଙ୍ଗଲାଲ ହଟିଂ ରେଳ ଧାରଣା ନିକଟରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଦେଢବର୍ଷର   ଅବିନାଶ ଘର ବାହାରେ ଖେଳୁଥିଲା । ଏହି ସମୟରେ ବାପା ବିଜୟ ମହାକୁଡ  ଘରେ ଶୋଇଥିଲେ ଓ ମା’ ବାସନ ମାଜୁଥିଲେ। ଖେଳୁଖେଳୁ ସେ କେତେବେଳେ ରେଳଧାରଣା ନିକଟକୁ ଚାଲିଯାଇଥିଲା ତାହା ବାପା କିମ୍ବା ମା’ ଜାଣିପାରି ନଥିଲେ । କିଛି ସମୟ ଧରି ଖୋଜା ଖୋଜି କରିବା ପରେ ପାଖ ରେଳଧାରଣା ନିକଟରୁ ପୁଅ ଅବିନାଶକୁ ପାଇଥିଲେ । ପୁଅର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖି ସଂଗେ ସଂଗେ  ମେଡିକାଲକୁ ନେଇଥିଲେ, ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।  ଯୋଡ଼ା ପୁଲିସ ପହଞ୍ଚି ମୃତ ଦେହ ଜବତ କରିବାସହ  ଘଟଣାର ତଦନ୍ତ ଆରମ୍ଭ କରିଛି ।  ଏ ନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର