ଦୋଳି ରଶିରେ ଗୁଡ଼େଇ ହୋଇ ଶିଶୁକନ୍ୟାର ମୃତ୍ୟୁ

ବାଲେଶ୍ବର : ଦୋଳି ରଶି (ଲୁଗା)ରେ ଗୁଡ଼ାଇ ହୋଇ ରବିବାର ସନ୍ଧ୍ୟାରେ ବାଲେଶ୍ବର ସହଦେବଖୁଣ୍ଟା ଥାନା ଫିରିଙ୍ଗିପାଟଣା ଅଞ୍ଚଳରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଫିରିଙ୍ଗିପାଟଣାର ମାନସ ମହାନ୍ତି ତାଙ୍କ ଘରେ ଲୁଗାରେ ଏକ ଦୋଳି ଝୁଲାଇଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ଝିଅ ଚାନ୍ଦିନୀ (୬) ଉକ୍ତ ଦୋଳିରେ ଝୁଲିବା ସମୟରେ ବେକରେ ଲୁଗା ଗୁଡେଇ ହୋଇ ଯାଇଥିଲା। ଘର ଲୋକେ ଚେତାଶୂନ୍ୟ ଅବସ୍ଥାରେ ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର