ଜିପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା, ଜେଲ୍‌ ଗଲା ଚାଳକ

ସମ୍ବଲପୁର : ଟାଉନ୍‌ ଥାନା ଅନ୍ତର୍ଗତ ଆଶାପାଲିସ୍କୁଲ ସମ୍ମୁଖରେ ଶନିବାର ସକାଳୁ ଜିପ୍‌ ଧକ୍କାରେ ସାହୁ କଲୋନିର ସାହିଲ୍‌ କୁମ୍ଭାରଙ୍କ ମୃତ୍ୟୁ ଘଟଣାରେ ଅଟକ ଥିବା ଅଇଁଠାପାଲିର ମୃତ୍ୟୁଞ୍ଜୟ ଆଚାର୍ଯ୍ୟକୁ ରବିବାର ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଉକ୍ତ ଘଟଣାରେ ଶନିବାର ପୁଲିସ୍‌ ଆଉ ଜଣଙ୍କୁ ଅଟକ ରଖିଥିଲେ ହେଁ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ସେପଟେ, ମୃତକଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ସହାୟତା ରାଶି ଘୋଷଣା କରାଯାଇଥିଲେ ହେଁ ତାହା ରବିବାର ଯାଏ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର