ଚିତ୍ରଡ଼ା : ଅଗ୍ନିଶମ ବାହିନୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସତ୍ୱେ ଅଗ୍ନିଶମ କର୍ମଚାରୀମାନଙ୍କ ମହାନତା ପାଇଁ ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ଓ କରଞ୍ଜିଆ ଏନ୍ଏସ୍ସି ଅଞ୍ଚଳରେ ୨ଟି ଜୀବନ ବଞ୍ଚିଯାଇଥିଲା ବେଳେ ସେହି ମୟୂରଭଞ୍ଜ ଜିଲ୍ଲାର ଚିତ୍ରଡ଼ା ବ୍ଲକ୍ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀ ନ ପହଞ୍ଚିବାରୁ ଜଣେ ୨ ବର୍ଷର ଶିଶୁର କୂଅରେ ପଡ଼ି ଜୀବନ ଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ଅନୁଯାୟୀ, ମୋରଡ଼ା ବ୍ଲକ୍ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଡାକୋଇ ଗାଁର ଜୟନ୍ତ ମହାକୁଡ଼ୁଙ୍କ ପୁଅ ପ୍ରତ୍ୟୁଷ(୨) ଆଜି ଦ୍ୱିପ୍ରହରେ ଘର ପାଖରେ ଖେଳୁଥିବା ବେଳେ ନିକଟସ୍ଥ ଏକ କୂଅରେ ପଡ଼ିଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ପୁଅ କୂଅରେ ପଡ଼ିଯାଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଚିତ୍ରଡ଼ା, ବେତନଟୀ ଓ ବାରିପଦା ଅଗ୍ନିଶମ କେନ୍ଦ୍ରକୁ ସହାୟତା ମାଗିଥିଲେ। ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ କୌଣସି ବି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଉପାୟ ନପାଇ ଗ୍ରାମବାସୀମାନେ ପମ୍ପ୍ ସାହଯ୍ୟରେ କୂଅକୁ ଶୁଖାଇ ଶିଶୁଟିକୁ ଉଦ୍ଧାର କରିବା ସହ ନିକଟସ୍ଥ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେତେ ବେଳକୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଏକ ନୀରହ ଶିଶୁର ଜୀବନ ଯିବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, କରଞ୍ଜିଆ ବ୍ଲକ୍ ଅଧୀନ ଭଅଁରା ଗାଁରେ ଥିବା ଏକ ପାଣି ଟାଙ୍କି ଉପରୁ ଜଣେ ମାନସିକ ବିକୃତ ଯୁବକଙ୍କୁ କରଞ୍ଜିଆ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ସେହିପରି ଭଣ୍ଡରୀ ନଦୀ ପୋଲରୁ ନଦୀକୁ ଡେଇଁ ପଡ଼ିଥିବା ଜଣେ ବିଧବା ମହିଳାଙ୍କୁ ଶୁକୃଳି ଅଗ୍ନିଶମ କର୍ମଚାରୀ ନଦୀରୁ ଉଦ୍ଧାର କରିଥିଲେ।