ଟିଭି ପଡ଼ି ଶିଶୁର ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନାର ଭୈରବଗୁଡ‌ାରେ ଏକ ଅଘଟଣ ଘଟିଛି। ଟିଭି ଦେଖୁଥିବା ବେଳେ ଜଣେ ଦୁଇବର୍ଷର ଶିଶୁ ଉପରେ ଟିଭି ପଡି ଯିବାରୁ ସେ ଗୁରୁତର ଆହତ ହୋଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା ଜଣାଯାଇଛି। ଭୈରବଗୁଡା ଗାଁର ବସନ୍ତ ନାଗଙ୍କ ଦୁଇବର୍ଷର ଶିଶୁ କୁଲୁ ଘରେ ଟିଭି ଦେଖୁଥିଲା। ସେହି ସମୟରେ ଟିଭି ତାର ଟାଣି ହେବା ଯୋଗୁଁ ଶିଶୁ ଉପରେ ‌ପଡ଼ିଥିଲା। ଆହତ ଅବସ୍ଥାରେ କୁଲୁକୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ଶିଶୁଟିର ମୃତ୍ୟୁକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର