ଏସ୍‌ସିବି: ୨୪ଘଣ୍ଟାରେ ୩ ଶିଶୁ ସମେତ ୪ମୃତ

କଟକ : ଏସ୍‌ସିବି କରୋନା‌ ଆଇସୋଲେସନ୍‌ ୱାର୍ଡରେ ଗତ ୨୪ଘଣ୍ଟା ଭିତରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ୩ଜଣ ହେଉଛନ୍ତି ଛୋଟ ପିଲା। ମୃତ୍ୟୁପରେ ସମସ୍ତଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିଲା। ଆଜି ସଂଧ୍ୟାରେ ସବୁ ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ପରିବାରବର୍ଗଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ଗତକାଲି ବିଳମ୍ବତ ରାତିରେ ବାଲେଶ୍ବର ଜିଲ୍ଲା ବଡ଼ଙ୍ଗା ଅଂଚଳର ୫୮ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ସକାଳୁ ଜଗତ୍‌ସିଂହପୁର ଜିଲ୍ଲାର ୭ବର୍ଷର ଶିଶୁପୁତ୍ରର ଆଇସିୟୁରେ ମୃତ୍ୟୁ ଘଟିଥିଲା। ସେହିପରି ଆଜି କେନ୍ଦ୍ରାପଡ଼ାର ୨ମାସର ଶିଶୁ ଓ ଜଣେ ୭ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କିନ୍ତୁ, ଏପର୍ଯ୍ୟନ୍ତ ଘଟିଥିବା ସମସ୍ତ ମୃତକଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତାହା ସମସ୍ତଙ୍କୁ ଆଶ୍ବସ୍ତ କରିଛି।

ସମ୍ବନ୍ଧିତ ଖବର