କେନାଲରେ ବୁଡି ନାବାଳକ ମୃତ

ଡେଲାଙ୍ଗ : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ନୁଆହାଟ ଗ୍ରାମରେ ଜଣେ କୋମଳମତି ଶିଶୁର କେନାଲରେ ବୁଡି ମୃତ୍ୟୁ ହୋଇଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସନ୍ତୋଷ ନାୟକଙ୍କ ପୁଅ ଓଁକାର ନାୟକ (୩) ଆଜି ସକାଳ ୧୦ଟା ସମୟରେ ନିଜ ଘର ପାଖରେ ଖେଳୁଥିବା ସମୟରେ କେନାଲରେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କଲା ବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିବା ଥାନା ଆଇଆଇସି ଅସିତ୍‌ ରଞ୍ଜନ ମହାନ୍ତିଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର