image credit : india tv news
ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍ ନାଗପୁର ପଞ୍ଚାୟତ ଖଦାସାହି ଗାଁରେ କୁଶଭଦ୍ରା ନଦୀରେ ଗାଧୋଇବାବେଳେ ଜେଜେମା’ଙ୍କ ଆଖି ଆଗରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଆଜି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଖଦାସାହିର ଅକ୍ଷୟ ମାଣିକଙ୍କ ପୁଅ ଓମ୍(୧୨) ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଓମ୍ ଜେଜେମା’ଙ୍କ ସହ ଗାଁ ପାଖ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଥିବାବେଳେ ଗଭୀର ପାଣିକୁ ଚାଲିଯାଇଥିଲେ ଓମ୍। ଏହି ସମୟରେ ଜେଜେମା’ ଚିତ୍କାର କରିବାରୁ ଆଖପାଖ ଲୋକ ଜମା ହୋଇଯାଇଥିଲେ। ପାଣିକୁ ବି କିଛି ବ୍ୟକ୍ତି ଡେଇଁ ପଡ଼ି ଉଦ୍ଧାର ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଓମ୍କୁ ପାଣିରେ ଖୋଜାଖୋଜି କରିଥିଲେ। ଶେଷରେ ଓମ୍ଙ୍କ ମୃତଦେହ ପାଇଥିଲେ।
Follow Us