ପାଣିରେ ବୁଡ଼ି ବାଳକ ମୃତ

ଜଳେଶ୍ୱର : ଜଳେଶ୍ୱର ଥାନା ପାଇକସିଦା ପଞ୍ଚାୟତ ଉତ୍ତରପଡ଼ା ଗ୍ରାମରେ ଆଜି ଜଣେ ନାବାଳକ(୧୧) ପାଣିରେ ବୁଡ଼ି ପ୍ରାଣ ହରାଇଛି। ଧନଞ୍ଜୟ ନାୟକଙ୍କ ଦୁଇ ଜାଆଁଳା ପୁଅ ଦୀପଙ୍କର ଓ ଶୁଭଙ୍କର ଘରପାଖ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଦୁଇଭାଇ ଗାଧୋଉଥିବା ବେଳେ ହଠାତ୍‌ ଦୀପଙ୍କରର ଗୋଡ଼ ଖସିଯିବାରୁ ସେ ପାଣି ଭିତରକୁ ପଶିଯାଇଥିଲା। ଶୁଭଙ୍କର ପାଟି କରିବାରୁ ଲୋକେ ଦୀପଙ୍କରକୁ ଉଦ୍ଧାର କରି ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର