ବରଗଡ଼ : ବରଗଡ଼ ସହରରେ ଚାଞ୍ଚଲ୍ୟ। ଟାଉନ୍ ଥାନା ଅନ୍ତର୍ଗତ ସିମେଣ୍ଟନଗର କଲୋନିରୁ ରବିବାର ସଂଧ୍ୟାରେ ଜଣେ ୯ ବର୍ଷର ଶିଶୁକୁ ଅପହରଣ କରାଯାଇଛି। ଉକ୍ତ ଶିଶୁର ପିତା ଜମିଲ ଖାନ୍ ଏସିସି ସିମେଣ୍ଟ କାରଖାନାରେ ସିଏସ୍ଆର୍ ବିଭାଗର ମୁଖ୍ୟ ଅଟନ୍ତି।
ପ୍ରକାଶ ଯେ ସଂଧ୍ୟାରେ ଶିଶୁଟି ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଦୁଇଜଣ ଯୁବକ ବାଇକ୍ରେ ଆସି ସେଠାରେ ପହଂଚିଥିଲେ। କଲୋନି ଭିତର ରାସ୍ତା ଉପରୁ ଯୁବକଦ୍ବୟ ଶିଶୁଟିକୁ ନେଇ ଦ୍ରୁତଗତିରେ ପଳାଇଥିଲେ। ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଅପହରଣକାରୀଙ୍କ ଗୋଟିଏ ଚିଠି ଜମିଲ ଖାନ୍ଙ୍କ ଘରୁ ମିଳିଛି। ଏଥିରେ ଅପହରଣକାରୀମାନେ ଶିଶୁଟିକୁ ଛାଡ଼ି ଦେବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଶିଶୁ ସୁସ୍ଥ ଥିବା ସେମାନେ ଦର୍ଶାଇଛନ୍ତି। ୨-୩ ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ମିଳିଲେ ଶିଶୁଟିକୁ ଛାଡ଼ିଦେବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ପୁଲିସ୍କୁ ସୂଚନା ଦେଲେ ଶିଶୁଟିର ଜୀବନ ପ୍ରତି ବିପଦ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହା ସହିତ ଉକ୍ତ ଚିଠିରେ ଦୁଇଟି ୟୁଟ୍ୟୁବ୍ ଗଣମାଧ୍ୟମ ସଂସ୍ଥା ସହ ଯୋଗାଯୋଗ କରିବାକୁ ମଧ୍ୟ ଅପହରଣକାରୀମାନେ ଚିଠି ଜରିଆରେ ଉେଲ୍ଲଖ କରିଛନ୍ତି।
ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଏସ୍ପି ରାହୁଲ ଜୈନ୍ ଘଟଣାସ୍ଥଳରେ ପହଞ୍ଚି ପରିବାର ସହିତ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/kidnapped.jpg)