କେନ୍ଦୁଝର: କେନ୍ଦୁଝର ସଦର ଥାନା ରାଇସୁଆଁ ଶାଳପଡ଼ିଆରେ ଗତକାଲି ଅପରାହ୍ଣରେ ଗାଡ଼ି ଶିଖୁଶିଖୁ ଦୁଇଭାଇଙ୍କ ଉପରେ ଗାଡ଼ି ଚଢ଼େଇ ଦେଇଥିଲେ ପୁଲିସ କନେଷ୍ଟବଳ ଜ୍ଞାନରଂଜନ ରାଉତ। ଫଳରେ ଏକ ତିନିବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ପୁଲିସ ଜ୍ଞାନରଞ୍ଜନକୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନାଯୋଗ୍ୟ, ରାଇସୁଆଁ ଗ୍ରାମର ଦୁଇଭାଇ ପୁଚୁ ମନ୍ତ୍ରୀ (୩) ଏବଂ ରୋହିତ ମନ୍ତ୍ରୀ (୧୪) ଶାଳପଡ଼ିଆରେ ଏକ ସ୍କୁଟର ଉପରେ ବସିଥିଲେ। ଏହି ସମୟରେ କନେଷ୍ଟବଳ ଜ୍ଞାନରଂଜନ ସେଠାରେ ଗାଡ଼ି ଚାଳନା ଶିଖୁଥିଲେ। ଗାଡ଼ି ଚଳାଇବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ରୋହିତ ଏବଂ ପୁଚୁ ବସିଥିବା ସ୍କୁଟରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୁଚୁଙ୍କ ମୃତ୍ୟୁ ଘଟିଥଲା। ଗୁରୁତର ରୋହିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଜ୍ଞାନରଂଜନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଜି ଟାଉନ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି।