କେନ୍ଦୁଝର: ଜଣେ ୪ ବର୍ଷର ଶିଶୁ ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ବାଲି ଗ୍ରାମର ସାଲୁକା ପିଙ୍ଗୁଆ (୩୫) ୨୦୧୮ ମସିହା ଅକ୍ଟୋବର ୧ ତାରିଖ ଅପରାହ୍ଣ ୩ଟାବେଳେ ଜଣେ ୪ ବର୍ଷର ଶିଶୁକୁ ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ନିକଟସ୍ଥ ଜଙ୍ଗଲକୁ ନେଇ ପାଶବିକ ଦୁଷ୍କର୍ମ କରିଥିଲା।

ଘଟଣାକୁ ନେଇ ପରିବାର ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ କରାଯାଇଥିଲା।  ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୬ ଓ ପୋକସୋ ଆଇନର ଧାରା ୬ ତଥା କେସ ସଂଖ୍ୟା ୧୫୧/୧୮ରେ ମାମଲା ରୁଜୁ ହେବା ପରେ ତେଲକୋଇ ପୁଲିସ ସାଲୁକାକୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି ଆଜି କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ତଥା ଅତିରିକ୍ତ ସେସନ୍ ଜଜ୍ ମାନସ ରଂଜନ ମିଶ୍ର ସାଲୁକାଙ୍କୁ ଦୋଷୀ ସାବ୍ୟସ୍ତ କରି  ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।  ଏଥିସହିତ ଶିଶୁକୁ ଆଇନ ସହାୟତା କେନ୍ଦ୍ରରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠିତ ପୋକସୋ ଫାଷ୍ଟଟ୍ରାକ କୋର୍ଟର ଏହା ପ୍ରଥମ ରାୟ।