ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲି

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଜୁନ୍‌ ୧ ତାରିଖରୁ ଶୁଭାରମ୍ଭ କରିଥିଲେ। ଶନିବାର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟୋଜିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲିକୁ ଅତିରିକ୍ତି ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରଠାରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ରାଲି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ରାଲି ମାଧ୍ୟମରେ ଶିଶୁ ଶ୍ରମିକ ନିରାକରଣ, ଶିଶୁ ଶ୍ରମିକ ଆଇନରେ ଥିବା ବିଭିନ୍ନ ପ୍ରାବଧାନ, କଟକଣା ଇତ୍ୟାଦି ସମ୍ପର୍କିତ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଜନସାଧରଣଙ୍କୁ ସଚେତନ କରାଯାଇଥିଲା। ରାଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ, ଡିଆଇପିଆର୍‌ଓ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସିଡବ୍ଲୁସିର ନିରୀକ୍ଷକ  ଅଶୋକ ଡୁଙ୍ଗଡୁଙ୍ଗ, ନିରଞ୍ଜନ ଭୁୟାଁ, ପ୍ରଶାନ୍ତ ସୁନା ଓ ଶିକ୍ଷା ସମାଜ, ମଙ୍ଗଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର