ଭୁବନେଶ୍ୱର : ବାଲ୍ୟବିବାହ ରୋକିବାକୁ ଯାଇ ହଟହଟା ହୋଇଛି ପୁଲିସ । ଗ୍ରାମବାସୀ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ସହ ପୁଅ ଝିଅଙ୍କୁ ଛଡାଇ ନେଇଥିବା ଜଣା ପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ । ସୂଚନା ଅନୁଯାୟୀ, ଏହି ଗ୍ରାମର ଜଣେ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇଁ ଓଡିଶା ଲିଗାଲ ଆସୋସିଏସନ, ଓଡିଶା ଚାଇଲ୍ଡ ଲାଇନ ସଦସ୍ୟ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିବା ସହ ପୁଅ ଝିଅଙ୍କୁ ପିସିଆର ଭ୍ୟାନରେ ବସାଇଥିଲେ ।
/sambad/media/post_attachments/wp-content/uploads/2019/05/vlcsnap-2019-05-27-12h38m32s284-300x220.png)
ଯାହା ପରେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଲୋକ ପାଟିତୁଣ୍ଡ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ଓ ପୁଅ ଝିଅକୁ ନେଇ ଯାଇଥିଲେ । ଏନେଇ ଓଡିଶା ଓ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ କେନ୍ଦ୍ର କରି ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Villagers-Attacks-PCR_Thumbnail.jpg)