ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

ଗଞ୍ଜାମ: ଗଞ୍ଜାମ ଏନଏସି ଓଡ଼ିଆଢାମଣା ସାହିରେ ଜଣେ ନାବାଳିକାଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଶାସନ ଏହାକୁ ବନ୍ଦ କରିଛି। ଆସନ୍ତାକାଲି ନାବାଳିକାଜଣକ ବିବାହ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସିଡିପିଓ ସଲିଳା ପ୍ରଧାନ, ସୁପରଭାଇଜର୍ ରାଜେଶ୍ୱରୀ ବେହେରା, ଚାଇଲଡ଼ଲାଇନର ଦୁଇଜଣ ସଦସ୍ୟ ଓ ଗଞ୍ଜାମ ପୁଲିସ ପହଞ୍ଚି ପରିବାରବର୍ଗଙ୍କୁ ବୁଝାସୁଝା କରିବା ସହ ନାବାଳିକା ବିବାହ ବେଆଇନ୍ ବୋଲି ସଚେତନ କରାଇଥିଲେ। ପରେ ବାହାଘରକୁ ବନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର