ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡା ଗାଁରେ ଜଣେ ୧୫ ବର୍ଷୀୟା ନାବାଳିକାର ବିବାହ ଅଟକିଛି। ଆଜି ରାତି ୮ଟାରେ ବିବାହ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ଖବର ପାଇ ଶିଶୁ ସୁରକ୍ଷା ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀମାନେ ସଂଧ୍ୟା ସମୟରେ ପହଞ୍ଚି ନାବାଳିକାର ପରିବାର ଲୋକଙ୍କୁ ବୁଝାସୁଝା କରି ବିବାହକୁ ବନ୍ଦ କରାଇବାରେ ସକ୍ଷମ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ସହର ଉପକଣ୍ଠ ପୋଡାଲଗୁଡା ଗାଁରେ।
ଆଜି ରାତି ୮ଟାରେ ବିବାହ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିଲା। ବେଦିକୁ ସଜ୍ଜା ହୋଇଥିଲା । ଯାକଜମକରେ ଛାମୁଣ୍ଡିଆ ପଡିଥିଲା। ବନ୍ଧୁ ଓ ସମ୍ପର୍କୀୟମାନେ ପହଞ୍ଚିସାରିଥିଲେ। ସକାଳୁ ଭୋଜିଭାତର ଆସର ଚାଲିଥିଲା। କେବଳ ବରକୁ ଚାହିଁ ରହିଥିଲେ କନ୍ୟା ଘର। ବର ବେଦିକୁ ଆସିବାକୁ ବାକି ରହିଥିଲା। ତେବେ ଅପରାହ୍ନ ସମୟରେ ଜିଲ୍ଲା ପ୍ରଶାସନ ଖବର ପାଇଲା ଯେ ଯେଉଁ ବାହାଘର ହେବ ଉକ୍ତ କନ୍ୟା ସାବାଳିକା ନୁହନ୍ତି ସେ ଜଣେ ୧୫ ବର୍ଷୀୟା ନାବାଳିକା। ଠିକଣା ସମୟରେ ଜିଲ୍ଲା ପ୍ରଶାସନ କନ୍ୟା ଘରେ ପହଞ୍ଚି ବିବାହ ରୋକିବାରେ ସଫଳ ହୋଇଛନ୍ତି।
/sambad/media/post_attachments/wp-content/uploads/2020/02/ngp-child-marraige2.jpg)
ପୋଡାଲଗୁଡା ଗାଁର ଜଣେ ୧୫ ବର୍ଷୀୟା ନାବାଳିକାର ବିବାହ ନନ୍ଦାହାଣ୍ଡି ବ୍ଲକର ଦହଣା ନିକଟସ୍ଥ ରୁଷିଆଗୁଡା ଗାଁ ର ଜଣେ ୨୨ ବର୍ଷୀୟ ଯୁବକ ସହ ହୋଇଥାନ୍ତା। ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁରେଶ କୁମାର ପଟ୍ଟନାୟକଙ୍କ ନିକଟରେ ଏ ଖବର ପହଞ୍ଚିଥିଲା। ଖବର ପାଇ ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦିବାକର ବାହୁକ, ପୁଲିସ ଥାନା ଏଏସଆଇ ଅଶୋକ କୁମାର ଦେଓ, ସିଡିପିଓ ବିନୋଦିନି ପଟ୍ଟନାୟକ, ସୁପରଭାଇଜର ରମା ପଟ୍ଟନାୟକ, ଚାଇଲଡ୍ ଲାଇନ୍ ଟିମ୍ ଟଙ୍କ ଜାନୀ, ଗ୍ରେସି ଖରା, ବେବିଲନି ସ୍ୱାଇଁ, ସମିତି ସଭ୍ୟ ଦିବ୍ୟଦାନ ସୂନା ଓ ୱାର୍ଡ ସଭ୍ୟ ପ୍ରମୁଖ ଏକ ଟିମ୍ କନ୍ୟାର ଘରେ ପ୍ରାୟ ସଂଧ୍ୟା ୫ଟାରେ ପହଞ୍ଚିଥିଲେ। ସେହି ସମୟରେ ବର ପିତା ପୂର୍ବରୁ ପହଞ୍ଚିଯାଇଥିଲେ।
ଜିଲ୍ଲା ପ୍ରଶାସନର ଏହି ଟିମ୍ ନାବାଳିକା, ବର ପିତା ଓ କନ୍ୟା ପିତାଙ୍କୁ ନାବାଳିକା ବିବାହ ନିରୋଧ ଆଇନ ସଂକ୍ରାନ୍ତରେ ବୁଝାଇଥିଲେ। ଉକ୍ତ ନାବାଳିକା ୮ମ ଶ୍ରେଣୀରୁ ପାଠପଢ଼ା ଛାଡିଦେଇଥିବାରୁ ପୁଣି ପାଠ ପାଇବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାପ୍ତ ବୟଷ୍କ ପୂର୍ବରୁ ବାହା କରାଇଲେ ନାବାଳିକାର କଣ ଅସୁବିଧା ରହିଛି ସେ ସଂକ୍ରାନ୍ତରେ ବୁଝାଇଥିଲେ।
ଏ ନେଇ ଗ୍ରାମରେ ଏକ ସଚେତନତା ବୈଠକ ବି କରାଇଥିଲେ। ଶେଷରେ ଉଭୟ ବର ଓ କନ୍ୟା ପିତା ଉକ୍ତ ବିବାହକୁ ରୋକିବା ପାଇଁ ରାଜି ହୋଇଥିଲେ। ଉଭୟ ପକ୍ଷ କନ୍ୟାକୁ ପ୍ରାପ୍ତ ବୟସ୍କ ନହେବା ପର୍ଯ୍ୟନ୍ତ ବିବାହ କରାଇବେ ନାହିଁ ବୋଲି ଏକ ଲିଖିତ ପ୍ରତିଶୁତି ପ୍ରଶାସନକୁ ଦେଇଥିଲେ।
ତେବେ ନବରଙ୍ଗପୁର ଜିଲ୍ଲାରେ ନାବାଳିକା ବିବାହ ରୋକିବା ପାଇଁ ବ୍ୟାପକ ସଚେତନତା ସତ୍ତ୍ୱେ ଏହାକୁ ରୋକାଯାଇପାରୁ ନାହିଁ। ବିଶେଷ କରି ବାଳିକା ଡ୍ରପ ଆଉଟ ସଂଖ୍ୟା ବିଢ଼ିବାରେ ଲାଗିଛି। ବାଳିକାମାନେ ଅଧାରୁ ପାଠ ଛାଡୁଛନ୍ତି। ବାଳିକାମାନେ ଅଧାରୁ ପାଠ ଛାଡିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ ଏହାକୁ ରୋକିବା ପାଇଁ ବାଳିକା ଡ୍ରପ ଆଉଟକୁ କମାଇବା ସହ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରାଇପାରିଲେ। ଏହି ନାବାଳିକ ବିବାହକୁ ରୋକିବାରେ ସକ୍ଷମ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/naba.jpg)