‘ଚାଇଲ୍‌ଡ ଲାଇନ୍‌’ର ହସ୍ତକ୍ଷେପ: ରାଉରକେଲାରେ ଅଟକିଲା ବାଲ୍ୟ ବିବାହ

ବଲାଙ୍ଗୀରରେ ଚାଇଲ୍‌ଡ ଲାଇନରେ ଶିଶୁକନ୍ୟାକୁ ହସ୍ତାନ୍ତର କଲେ ଲୋକେ

ରାଉରକେଲା/ବଲାଙ୍ଗୀର: ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ସତ୍ତ୍ୱେ ରାଜ୍ୟରେ ଥମୁନାହିଁ ବାଲ୍ୟ ବିବାହ। ଆଜି ପୁଣି ଏକ ନାବାଳିକା ବିବାହକୁ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ। ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲାର ୧୪ ବର୍ଷର ନାବାଳିକାକୁ ଚାଇଲ୍‌ଡ ଲାଇନ ବୀରମିତ୍ରପୁର ଥାନା ଅଞ୍ଚଳ କୁଆରମୁଣ୍ଡାସ୍ଥିତ ବିବାହ ମଣ୍ଡପରୁ ଉଦ୍ଧାର କରିଛି। ଆସନ୍ତାକାଲି ଉଦ୍ଧାର ନାବାଳିକାକୁ ସିଡବ୍ଲୁସି ସମ୍ମୁଖରେ ହାଜର କରାଯିବ।

ସୂଚନା ଅନୁସାରେ ଜଣେ ୨୬ ବର୍ଷିୟ ଯୁବକଙ୍କ ସହ ଉଦ୍ଧାର ନାବାଳିକା ଝିଅର ବାହାଘର ପ୍ରସ୍ତୁତି ଚାଲିଥିଲା। ଖବର ପାଇ ଚାଇଲ୍‌ଡ ଲାଇନ ବିବାହ ମଣ୍ଡପରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରି ବିବାହ ବନ୍ଦ କରିଥିଲା।

ସେହିପରି ବଲାଙ୍ଗୀର ଆୟୁର୍ବେଦିକ ମେଡିକାଲ କଲେଜ ନିକଟରୁ ଆଜି ଜଣେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ନାଳ ନିକଟରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛନ୍ତି। ଘଟଣା ପରେ ଚାଇଲ୍‌ଡ ଲାଇନ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ତେବେ ସବୁଠାରୁ ବଡ଼ କଥା ହେଲା ଯେ, ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଅଧିକାର କେମିତି କ୍ଷୁର୍ଣ୍ଣ ହେଉଛି, ତାହାହିଁ ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର