ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଲେଲେହର ଓ ଉଦେଇପାଲି ଜଙ୍ଗଲରେ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଶିଶୁ ହଠାତ୍ ନିଖୋଜ ହେବା ଘଟଣା ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୁଣିଗାରେଡ଼ ଓ ବଳି ସନ୍ଦେହ କରି ସ୍ଥାନୀୟ ଗ୍ରାମବାସୀ ନିଖୋଜ ଶିଶୁଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ରବିବାର ମଧ୍ୟ ଜଂଗଲରେ ଛାନଭିନ୍ ଜାରି ରହିଛି।
ଛତାଦେଇ ଗ୍ରାମର ଜଣେ ଯୁବକ ଗତ ରାତିରେ ବୁର୍ଲାରୁ କୌଣସି କାମରେ ଫେରୁଥିବା ବେଳେ ଲେଥେର ଛକଠାରେ ଦୁଇ ଜଣ ଶିଶୁଙ୍କୁ କିଛି ଲୋକ ଜଙ୍ଗଲ ଭିତରକୁ ଟାଣି ନେଉଥିବା ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ଓ ବନବିଭାଗ ପହଂଚି ଗ୍ରାମବାସୀଙ୍କ ଖୋଜାଖୋଜି କରାଯାଇଥିଲେ। କିନ୍ତୁ କାହାରି ପତ୍ତା ମିଳି ନ ଥିଲା। ପୂର୍ବରୁ ସ୍ଥାନୀୟ ଅଂଚଳରେ ଗୁଣିଗାରେଡ଼ି ଓ ଶିଶୁ ବଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/missing-aaff.jpg)