ଘର ଭିତରୁ ଦେଢ଼ବର୍ଷର ଶିଶୁପୁତ୍ର ଗାଏବ

ପାରଦୀପ : ପାରାଦୀପ ଅଠରବାଙ୍କୀ ରେଲେଓ୍ଵ କଲୋନିରେ ଘର ଭିତରୁ ଜଣେ ଦେଢ଼ବର୍ଷର ଶିଶୁପୁତ୍ର ଉଭାନ୍‌ ହୋଇଯାଇଛି। କଲୋନିର ରବୀନ୍ଦ୍ର ନାୟକ ଓ ଜୟଶ୍ରୀ ନାୟକଙ୍କ ଦେଢବର୍ଷର ଶିଶୁପୁତ୍ର ରୋହନ୍‌କୁ ଘରୁ କେହି ଚୋରି କରି ନେଇଥିବା ରବୀନ୍ଦ୍ରଙ୍କ ବାପା ତୈ୍ରଲୋକ୍ୟନାଥ ନାୟକ ପାରଦୀପ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଦେଢ ବର୍ଷର ନାତି ରୋହନକୁ ବୋହୂ ଜୟଶ୍ରୀ ମଧ୍ୟାହ୍ନ ସମୟରେ ଖାଇବାକୁ ଦେବା ପରେ ଘରେ ଶୁଆଇ ଦେଇ ବାହାରକୁ ଯାଇଥିଲେ। କଲୋନିରେ ପୌରପାଳିକା ପକ୍ଷରୁ ଏକ ସର୍ଭେ ଟିମ୍‌ ଆସିଥିବାରୁ ସମସ୍ତେ ସେପଟେ ବ୍ୟସ୍ତ ଥିଲେ। କିଛି ସମୟ ପରେ ଜୟଶ୍ରୀ ଘରକୁ ଫେରିବା ପରେ ରୋହନ ନଥିବା ଜାଣିବାକୁ ପାଇଥିଲେ। ରୋହନ୍‌କୁ କିଏ ନେଲା ବୋଲି ହୋ-ହାଲ୍ଲା ହୋଇଥିଲା ଓ କଲୋନିର ସମସ୍ତ ଲୋକ ଆସି ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ ନ ମିଳିବାରୁ ଜେଜେ ତ୍ରୈଲୋକ୍ୟନାଥ ପୁଲିସରେ ଅଭିଯୋଗ କରିଥିଲେ। ପାରାଦୀପ ପୋଲିସ ପକ୍ଷରୁ ବସ୍‌ଷ୍ଟାଣ୍ଡ, ରେଲେଓ୍ଵ ଷ୍ଟେସନ୍‌ରେ ଖୋଜାଖୋଜି କରାଯାଉଛି। ପରିବାରର କେହି ଶତ୍ରୁ ନାହାନ୍ତି ବୋଲି ବାପା ରବୀନ୍ଦ୍ର କହୁଥିବାରୁ ଶିଶୁଟିକୁ କିଏ ନେଲା, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର