ଓଡ଼ିଶାକୁ ଲମ୍ବିଛି ଅଶ୍ଳୀଳ ଭିଡିଓ ଚେର: ଘଟଣାକୁ ନେଇ ଏଭଳି କହିଲେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାକୁ ବି ଲମ୍ବିଛି ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣର ଚେର । ଢେଙ୍କନାଳ, ଭଦ୍ରକ, ଯାଜପୁରରୁ ଅନ୍ୟସ୍ଥାନକୁ ଘୁରିବୁଲୁଥିଲା ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ । ଗତକାଲି ଏହି ସ୍ଥାନରେ ଚଢାଉ କରି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପଚରାଉଚରା କରିଛି ସିବିଆଇ ଟିମ । ଏମାନେ ହେଲେ ଢେଙ୍କନାଳର ସୁରେନ୍ଦ୍ର ନାୟକ, ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅନୀଲ ମାଝି ଓ ଭଦ୍ରକ ବନ୍ତ ବ୍ଲକର ଅଟୋ ଚାଳକ ମନୋଜ ଦାସ । ସୁରେନ୍ଦ୍ର ନାୟକ ୨ ମାସ ପୂର୍ବରୁ ଏହି ଗ୍ରୁପରେ ସାମିଲ ହୋଇଥିଲେ । ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଲୀଳ ଭିଡିଓ ପଠାଇବା ଲାଗି ତାଙ୍କୁ ସପ୍ତାକୁ ମିଳୁଥିଲା ୨୧ ଡଲାର । ସୁରେନ୍ଦ୍ରଙ୍କୁ ପୁଲିସ ଗିରଫ କରିଛି । ସେହଭଳି ଅନୀଲ ମାଝିଙ୍କୁ ବି ପଚରାଉଚରା ହୋଇଛି ତା ମୋବାଇଲ ଫୋନକୁ ଜବତ କରିଛି ପୁଲିସ ।

ସିବିଆଇ ଅନୀଲଙ୍କ ବ୍ୟାଙ୍କ ଆକାଂଉଟକୁ ଜବତ କରିବା ସହ ଏଥିରେ ବିଦେଶୀ ଲିଙ୍କ ଥିବା କଥା ଜାଣିବାକୁ ପାଇଛି ପୁଲିସ ।ସ୍ଥାନୀୟ ପାଣିକୋଇଲି ଥାନାରେ ଏତଲା ବି ଦାୟର ହୋଇଛି । ସେହିଭଳି ମନୋଜ ଦାସ ବ୍ୟବହାର କରୁଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ମୋବାଇଲକୁ ଜବତ କରି ଯାଂଚ କରିଛି ସିବିଆଇ । ପୂର୍ବରୁ ମନୋଜ ବେଙ୍ଗାଲୁରୁରେ ରହୁଥିଲା । କୋଭିଡ ସମୟରେ ଘରକୁ ଆସି ଅଟୋ ଚଳାଉଥିଲ । ତେବେ ଏଥିରେ ମନୋଜଙ୍କ ସହ ଆଉ କାହାର ସଂପୃକ୍ତି ଅଛି, ସେ ନେଇ ଖୋଳତାଡ କରିଛି ପୁଲିସ ।ସେପଟେ ସିବିଆଇ ଟିମ ଉପରେ ଆକ୍ରମଣ ପରେ ଢେଙ୍କାନାଳରେ ଜୁବୁଲି ଟାଉନ କଲୋନୀ ସାହି ବାସିନ୍ଦା ଭୟରେ ଘର ଛାଡି ଲୁଚିଛନ୍ତି । ଏ ନେଇ ପୁଲିସ କହିଛି, ସିବିଆଇ ପକ୍ଷରୁ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ ।

ସୁରେନ୍ଦ୍ର ୨ ମାସ ହେବ ଏକ ୱେବସାଇଟରୁ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏଥିପାଇଁ ୨୨ ଆମେରିକୀୟ ଡଲାର ସୁରେନ୍ଦ୍ରଙ୍କ ଢେଙ୍କନାଳ ଇଣ୍ଡିଆନ ବ୍ୟାଙ୍କକୁ ଆସିଛି । ଶିଶୁ ପର୍ଣ୍ଣଗ୍ରାଫି ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ସିବିଆଇ ରିପୋର୍ଟ ଆମ ପାଖକୁ କିଛି ଆସିନାହିଁ | ବିଭାଗ ତରଫରୁ ଆମେ ସିବିଆଇ ସହିତ ଆଲୋଚନା କରିବୁ | ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଦେବା ପରେ ଆମେ କହି ପାରିବୁ | ଏହା ଏକ ଘୃଣ୍ୟ କାମ | ଏଭଳି କାମ କେବେବି ଆଶା କରା ଯାଇ ନ ପାରେ | ସିବିଆଇର ତଦନ୍ତ ପ୍ରକ୍ରିୟା ଚାଲିଛି | ଆମ ବିଭାଗ ଶିଶୁଙ୍କ ଭବିଷ୍ୟତ ପାଇଁ ଆମେ କାର୍ଯ୍ୟରତ, ଆମର ଅନେକ ଯୋଜନା ମଧ୍ୟ ଚାଲିଛି | ଆଶା କରୁଛି ଆଇନ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ |

ସମ୍ବନ୍ଧିତ ଖବର