ଶିଶୁ ସୁରକ୍ଷା ଆଇନ ସଚେତନତା ଶିବିର

ଜୟପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଟାଙ୍କୁଆ ଗ୍ରାମପଞ୍ଚାୟତର କୁସୁମପୁଟ ଗାଁରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ନିରନ୍ତର ଲୋକ ଅଦାଲତ ବିଚାରପତି ସୁମନ ଜେନା, ପ୍ୟାନେଲ ଆଇନଜୀବୀ କେ.ଦିବାକର ରାଓ, ଜେ.ସତ୍ୟନାରାୟଣ ଆଚା଼ରୀ ଏବଂ ଟାଙ୍କୁଆ ସରପଞ୍ଚ ରୁକ୍ମଣୀ ଗାଦବା, ୱାର୍ଡ ସଭ୍ୟ ପ୍ରମୁଖ ଯୋଗଦେଇଥିଲେ।

ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର ଧାରା ୧୫(୩) ଅନୁଯାୟୀ ସ୍ବତନ୍ତ୍ର ଆଇନ୍ ପ୍ରଣୟନର ନିର୍ଦ୍ଦେଶ ରହିଛି। ଶିଶୁମାନେ ହେଉଛନ୍ତି ଦେଶର ଆଗାମୀ ଦିନର ଭବିଷ୍ୟତ। ସେମାନଙ୍କ ସୁରକ୍ଷା ଓ ଯତ୍ନ ପ୍ରତ୍ୟେକ ଦେଶବାସୀଙ୍କର ଦାୟିତ୍ବ। ୨୦୧୨ ମସିହାରେ ଏମାନଙ୍କର ସୁରକ୍ଷା ଓ ଅଧିକାର ଦେବା ପାଇଁ ଭାରତ ସରକାର ପୋକ୍ସୋ ଆକ୍ଟ ଆରମ୍ଭ କରିଛନ୍ତି। ପୋକ୍ସୋ ଆଇନରେ ରହିଥିବା ସୁଯୋଗ ଓ ପୀଡ଼ିତାଙ୍କୁ ଦିଆଯାଉଥିବା କ୍ଷତିପୂରଣ ଓ ସହାୟତା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ। ପାରା ଲିଗାଲ ସ୍ବେଚ୍ଛାସେବୀ ରାଜ ପୁଲକ୍ ମହାନ୍ତି ଏହି ଶିବିରକୁ ଆୟୋଜନ କରିଥିବା ବେଳେ ୱାର୍ଡ ସଭ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର