ପ୍ରହସନ ପାଲଟିଛି ଶିଶୁ ଅଧିକାର ଆଇନ, କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ

ଭୁବନେଶ୍ୱର : ଶିଶୁ ଶ୍ରମିକ ନିରୋଧ ଓ ପରିଚାଳନା ଆଇନ ବଳରେ ଶିଶୁ ଶ୍ରମିକଙ୍କୁ ବିଭିନ୍ନ ଜାଗାରୁ ଉଦ୍ଧାର କରାଯାଉଛି। କିନ୍ତୁ ଯେଉଁମାନେ ଶିଶୁମାନଙ୍କୁ ଶ୍ରମିକ ଭାବରେ ଖଟାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳ‌ରେ ମାଲିକ ପୁଣି ଥରେ ଉଦ୍ଧାର ଶିଶୁଙ୍କୁ ନେଇ ଶ୍ରମିକ ଭାବରେ ଖଟାଉଛି। ପୁରୀ ଜିଲ୍ଲାର ପିପିଲିରେ ଦୁଇଟି ଜ୍ବଳନ୍ତ ଉଦାହରଣ ଥିବା ବେଳେ ରାଜ୍ୟର କୋଣ ଅନୁକୋଣରେ ଏହି ଉଦାହରଣର ଅଭାବ ନାହିଁ। ଏ ନେଇ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରାଯାଇଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ୬ ସପ୍ତାହ ମଧ୍ୟରେ କମିସନଙ୍କୁ ଅବଗତ କରାଇବା ପାଇଁ ଆଦେଶ ହୋଇଛି।

ସମ୍ବନ୍ଧିତ ଖବର