ସମ୍ବଲପୁର: ଜଣେ ୫ ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ପକ୍ସୋ ଫାଷ୍ଟଟ୍ରାକ୍ ସ୍ପେସାଲ କୋର୍ଟର ଏଡିଜେ ପି.କେ.ଦାସ ଅଭିଯୁକ୍ତ ଚୈତନ୍ୟ ଘୁଗରକୁ ୭ ବର୍ଷ ସଶ୍ରମ କରାଦଣ୍ଡ ଶୁଣାଇଛନ୍ତି। ଗତ ୯ ସେପ୍ଟେମ୍ବର ୨୦୨୦ରେ ଧନୁପାଲି ଥାନା ଆମ୍ବେଦକର ନଗରରେ ଜଣେ ଶିଶୁକନ୍ୟାକୁ ଚୈତନ୍ୟ ଘୁଗର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆହୁରି ଏକ ବର୍ଷ ସଶ୍ରମ କରାଦଣ୍ଡାଦେଶ ହୋଇଛି। ଗତ ୩୧ ତାରିଖ ଦିନ ପ୍ରକାଶିତ ଖବରରେ ୭ ବର୍ଷ ଜାଗାରେ ଭୁଲ୍କ୍ରମେ ୩ ବର୍ଷ ସଶ୍ରମ କରାଦଣ୍ଡାଦେଶ ହୋଇଥିବା ସମ୍ବାଦ ପ୍ରକାଶ ପାଇଥିଲା। ସରକାରଙ୍କ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବସନ୍ତ ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ।