ଏଣିକି ଅଙ୍ଗନଓ୍ଵାଡ଼ିରେ ପିଲାଙ୍କୁ ସପ୍ତାହରେ ମିଳିବ ୫ଟି ଅଣ୍ଡା, ଗର୍ଭବତୀ ମହିଳା ପାଇବେ ୧୨ଟି ଅଣ୍ଡା

ଭୁବନେଶ୍ୱର: ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସପ୍ତାହରେ ୫ଟି ଅଣ୍ଡା ମିଳିବ। ରାଜ୍ୟ ସରକାର ଶୁକ୍ରବାର ଏହା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନୂତନ ଖାଦ୍ୟ ତାଲିକା ସଂପର୍କରେ ଅବଗତ କରିଛନ୍ତି। ପୂର୍ବରୁ ପିଲାମାନଙ୍କୁ ସପ୍ତାହରେ ୩ଟି ଅଣ୍ଡା ଦିଆଯାଉଥିଲା। ପୁଷ୍ଟି ଯୋଗାଣର ମାନ ଓ ପରିମାଣ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ହୋଇଛି। ଏହି ଆଧାରରେ ଗର୍ଭବତୀ ମହିଳାଙ୍କୁ ୧୨ଟି ଅଣ୍ଡା ଓ ବାଳିକାଙ୍କୁ ମାସିକ ୧୬ଟି ଅଣ୍ଡା ଦିଆଯିବ।

ସମ୍ବନ୍ଧିତ ଖବର