ପିଲା ପଢ଼ିବେ ଲିଙ୍ଗଗତ ସମାନତା, ୨୦୨୨ରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ

ଜେ-ପାଲ୍‌ ସହ ହେବ ରାଜିନାମା, ୬ଷ୍ଠରୁ ୧୦ମ ପିଲା ଉପକୃତ ହେବେ

ଭୁବନେଶ୍ୱର : ବିଦ୍ୟାଳୟ ଯାଉଥିବା କିଶୋର କିଶୋରୀଙ୍କ ମଧ୍ୟରେ ଲିଙ୍ଗଗତ ମନୋଭାବ ଓ ଆଚରଣ ପରିବର୍ତ୍ତନ କରି ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଜେ-ପାଲ୍‌ ସହ ରାଜ୍ୟ ସରକାର ଏକ ଅଣଆର୍ଥିକ ରାଜିନାମା ସ୍ୱାକ୍ଷର କରିବେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆର୍ଥିକ ଖର୍ଚ୍ଚ ଜଡ଼ିତ ହେବ ନାହିଁ। ବରଂ ଓଡ଼ିଶା ସରକାର ସର୍ବନିମ୍ନ ସହାୟତା ଯୋଗାଇବେ। ୬ଷ୍ଠରୁ ଦଶମ ଶ୍ରେଣୀ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଲିଙ୍ଗଗତ ସମାନତା ପାଠ୍ୟକ୍ରମକୁ ଏକୀକରଣ ଉପରେ ଧ୍ୟାନ ଦିଆଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ୍‌ କାର୍ଯ୍ୟକ୍ରମ ସହ ସିଙ୍କ୍ରୋନାଇଜେସନ୍‌, ଯାହା ପିଲାଙ୍କୁ ବଡ଼ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରିବ। ଜୀବନର ସମସ୍ତ ଆହ୍ୱାନର ସମ୍ମୁଖୀନ ହୋଇ ଆତ୍ମବିଶ୍ୱାସର ସହ ସେମାନେ ଆଗକୁ ବଢ଼ିବେ। ୨୦୨୨ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ପାଠ୍ୟକ୍ରମ ଚଳିତ ବର୍ଷ ସାମାଜିକ ଅଧ୍ୟୟନ ଓ ଏହାର ସହଯୋଗୀ ବିଷୟଗୁଡ଼ିକ ପାଇଁ ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ ପାଇଁ ଏକ ସପ୍ଲିମେଣ୍ଟାରି ପାଠ୍ୟପୁସ୍ତକ ଭାବେ ଆସିବ ଏବଂ ସରକାରଙ୍କ ଦ୍ୱାରା ଏହା ଛପା ହେବ।

୨୦୨୩ ପରଠାରୁ ପାଠ୍ୟକ୍ରମଗୁଡ଼ିକ ଏସ୍‌ସିଇଆର୍‌ଟି ସାମାଜିକ ଅଧ୍ୟୟନ ଓ ଏହାର ସହଯୋଗୀ ବିଷୟ ଯଥା ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକ ସହ ଏକୀଭୂତ ହେବ। ଭାଗୀଦାରି ଦଳ ପାଠ୍ୟକ୍ରମର ଉପଯୋଗିତା ପାଇଁ ଆଞ୍ଚଳିକ ପରିପ୍ରକାଶକୁ ବୁଝିବା ନିମନ୍ତେ ଓଡ଼ିଶାର ୫ଟି ଜିଲ୍ଲା ମଧ୍ୟରେ ଏକ ଗଠନମୂଳକ ଅଧ୍ୟୟନ କରିବେ। ଲିଙ୍ଗଗତ ସମାନତା ପାଠ୍ୟକ୍ରମ ଗଠନମୂଳକ ଅନୁସନ୍ଧାନ ମାଧ୍ୟମରେ ସ୍ଥାନୀୟ ପ୍ରସଙ୍ଗରେ ଅନୁକୂଳ ଏବଂ ଉପଯୋଗୀ ହେବ। ଲିଙ୍ଗ ସମ୍ବଳିତ ସଂଯୋଜକଙ୍କୁ ମାଷ୍ଟର ଟ୍ରେନର ଭାବେ ତାଲିମ ଦିଆଯିବ। ଯେଉଁମାନେ ପ୍ରଶିକ୍ଷକ ପ୍ରଶିକ୍ଷଣ ମଡେଲ୍‌ ବ୍ୟବହାର କରି ରାଜ୍ୟର ସମସ୍ତ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ଅଧ୍ୟୟନ ଶିକ୍ଷକଙ୍କୁ ପାଠ୍ୟକ୍ରମକୁ କ୍ୟାସ୍‌କେଡ୍‌ କରିବାକୁ କ୍ଷମତାପ୍ରାପ୍ତ ହେବେ। ଏହି ମାଷ୍ଟର ଟ୍ରେନରମାନେ ଜିଲ୍ଲା ଶିକ୍ଷା ଏବଂ ତାଲିମ(ଡିଆଇଟି)ରେ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବେ। ମାଷ୍ଟର ଟ୍ରେନର ଏବଂ ଶିକ୍ଷକମାନେ ମୂଳ ଲିଙ୍ଗ ଓ ଅନ୍ତର୍ଭୁକ୍ତ ଧାରଣା, ନିର୍ଦ୍ଦେଶାବଳୀ ଡିଜାଇନ୍‌ ଧାରଣା, ସୁବିଧା କୌଶଳ, ରୋଲଡ୍‌ ଆଉଟ୍‌ ହେବାକୁ ଥିବା ପାଠ୍ୟକ୍ରମରେ ବିଷୟ ଆଭିମୁଖ୍ୟ ଉପରେ ତାଲିମ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପାଙ୍କୁ ରାଜ୍ୟ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର