ରାଉରକେଲା : କୁଆଁରମୁଣ୍ଡା ବ୍ଲକ ଅଫିସ ନିକଟରେ ଚାଲିଥିବା ନାବାଳିକା ବିବାହକୁ ବନ୍ଦ କରିଛି ଚାଇଲଡ ଲାଇନ l ବିବାହ ବେଦୀରୁ ନାବାଳିକାକୁ ଚାଇଲଡ଼ ଲାଇନ ଟିମ ନେଇ ବିଶ୍ରା ସ୍ଥିତ ଚାଇଲଡ ଲାଇନରେ ରଖିଛି l କୁଆଁରମୁଣ୍ଡା ଫାଣ୍ଡି ପୁଲିସ ବର ଓ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖିଛି l ବର ଘର ରାଜସ୍ଥାନ ବୋଲି ଜଣା ପଡିଛି l
ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ତଳେ ବରର ପିତା କୁଆଁରମୁଣ୍ଡା ଅଞ୍ଚଳର ନାବାଳିକା ପିତାଙ୍କ ସହ ତାଙ୍କ ପୁଅର ବିବାହ ପାଇଁ କଥା ହୋଇଥିଲେ l ଆଜି ରାତି ପ୍ରାୟ ୧୦ଟାରେ ବିବାହ ଚାଲିଥିଲା l ସ୍ଥାନୀୟ ଲୋକ ଦେଖି ଚାଇଲଡକୁ ସୂଚନା ଦେଇଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/marriage-rkl.jpg)