ବାଲ୍ୟ ବିବାହ ରୋକିଲା ଚାଇଲ୍‌ଡଲାଇନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଚାଇଲ୍‌ଡଲାଇନ ରୋକିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ସହରର ଜଣେ ୧୭ ବର୍ଷର ନାବାଳିକାଙ୍କ ଶୁକ୍ରବାର ବାହାଘର ଥିଲା। ଏ ବିଷୟରେ ଗୁରୁବାର ଚାଇଲ୍‌ଡଲାଇନ ନିକଟରେ ଅଭିଯୋଗ ହୋଇଥିଲା। ସକାଳେ ଚାଇଲ୍‌ଡଲାଇନ ସଂଯୋଜିକା ବବିନା ନାଏକ, ଆଇସିଡିଏସ୍‌ ସୁପରଭାଇଜର ଗୀତା ଦଲାଲ ଓ ୱହିଦା ବେଗମ୍‌, ସବ୍‌ଇନ୍ସପେକ୍ଟର ତପନ ସ୍ବାଇଁ ନାବାଳିକାଙ୍କ ଘରେ ପହଞ୍ଚିଥିଲେ। ନାବାଳିକାର ବିବାହ ନ କରିବାକୁ କନ୍ୟା ପିତାମାତାଙ୍କୁ ବୁଝାଇଥିଲେ। ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ନକରାଇବାକୁ ପରାମର୍ଶ ଦେଇଥିଲେ। ଏଥିରେ ପିତାମାତା ରାଜି ହେବା ସହ ନାବାଳିକା ମଧ୍ୟ ଆଗକୁ ପାଠ ପଢ଼ିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର