ଭଲ ଖବର: କୁନିପିଲାଙ୍କ ହାତରେ ଚାରାରୋପଣ

ନୀଳଗିରି: ପରିବେଶ ସୁରକ୍ଷା ଦିଗରେ କିଛି ପିଲା ଉଦ୍ୟମ କରିଛନ୍ତି। ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସ୍ତମ୍ଭକାର ତଥା ପ୍ରାବନ୍ଧିକ ଉପେନ୍ଦ୍ର ବିଶ୍ବାଳଙ୍କ ମାର୍ଗଦର୍ଶନରେ ନୀଳଗିରି ବ୍ଲକ୍‌ ଗୋଡ଼ିଶୋଳ ଗ୍ରାମରେ ଗଠିତ ହୋଇଛି ‘ଆମେ ସବୁ ସୁନାପିଲା’ ଅନୁଷ୍ଠାନ। ଏହି ଅନୁଷ୍ଠାନର ସହ ସ୍ଥାନୀୟ ଅଞ୍ଚଳର ପିଲାମାନେ ଜଡ଼ିତ ହୋଇଛନ୍ତି। ସେମାନେ ବୃକ୍ଷରୋପଣ ଦିଗରେ କାର୍ଯ୍ୟ କରିବା ଆମ୍ଭ କରିଛନ୍ତି। ପିଲାମାନେ ବିଭିନ୍ନ ପ୍ରକାର ମଞ୍ଜି ସଂଗ୍ରହ କରିବାରେ ଲାଗିପଡ଼ିଥିଲେ।

ଜାମୁ, ଲିଚୁ, ଖଜୁରୀ, ପାଗଡ଼ା କୋଳି, ତେନ୍ତୁଳି, ନିମ୍ବ, କରଞ୍ଜ, ଟୋଲ, ଆମ୍ବ ଆଦି ମଞ୍ଜି ସଂଗ୍ରହ କରି ଗାଁ ମଶାଣି ପଡ଼ିଆ ଚାରିପାଖରେ ପକାଇଲେ। ମାସେ ପରେ ଦେଖିଲା ବେଳକୁ ମଞ୍ଜିଗୁଡ଼ିକ ଚାରାରେ ପରିଣତ ହୋଇଯାଇଛି। ଏହା ଦେଖି ପିଲାମାନେ ବେଶ୍ ଉତ୍ସାହିତ ହୋଇଥିଲେ। ସେମାନେ ଉକ୍ତ ଚାରାଗଛ ସବୁକୁ ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। କେବଳ ସେତିକି ନୁହେଁ, ଲଗାଇଥିବା ଗଛ ଚାରିପଟେ ଜାଲ ବାନ୍ଧି ଆବଦ୍ଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅମିତ, ଅନିତା, ତପନ, ସତ୍ୟପ୍ରକାଶ, ଅଜିତ, ଜିତେନ୍ଦ୍ର, ପ୍ରୀତମ, ନିତେଶ, ସୁଭଦ୍ରା, ବର୍ଷା, ସସ୍ମିତା, ମିଥୁନ, ଦୀପକ, ସଂଜୀବ, ବାହାଦୁର, ଜିତେନ, ଅଶୋକ, ଜଟିଆ, ପଙ୍କଜିନୀ, ପୂର୍ଣ୍ଣଚନ୍ଦ୍ର, ରାକେଶ, ଶ୍ରବଣ, ଜୟଚନ୍ଦ୍ର, ଦୀପକ, ସୁମିତ, ପ୍ରମୋଦ, ଚିନ୍ମୟ, ଗୌରବ, ଶୁଭଙ୍କର, ସ୍ୱାଧୀନ, ଦୀନେଶ ପ୍ରମୁଖ ପିଲା ସାମିଲ ଥିଲେ।

ସମ୍ବନ୍ଧିତ ଖବର