କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ- ଖୁବ ଶୀଘ୍ର ଆସିବ ପ୍ରାଥମିକ ତଦନ୍ତ ରିପୋର୍ଟ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାର ଖୁବ ଶୀଘ୍ର ଆସିବ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବ। ଏହି ରିପୋର୍ଟ ଆସିବା ପରେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହେବ। ଡାକ୍ତରଖାନାରେ ମୃତ୍ୟୁ ଘଟଣା ସ୍ଵାଭାବିକ। କିନ୍ତୁ ଏହି ଘଟଣାରେ ମୃତ୍ୟୁର କାରଣ କଣ ସେନେଇ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୋଟ ଉପରେ ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି ।  ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ଗୁରୁତର ସହ ନେଇଛି। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍ ଏସଏନସିୟୁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମରେ ଅଛନ୍ତି ରାଜ୍ୟ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମିରଂଜନ ଶତପଥୀ ଓ ଶିଶୁ ପରାମର୍ଶଦାତା ଡାକ୍ତର ଆର ଏନ ପଣ୍ଡା। ଏହି ଟିମ୍ ତଦନ୍ତ ଶେଷ କରିଛନ୍ତି। ଆଜି ବିଳମ୍ୱିତ ରାତି ବା ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବେ। ପ୍ରକୃତରେ ଅବହେଳା କାରଣରୁ ମୃତ୍ୟୁ ଘଟିଛି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର