ପ୍ରଥମ ଶ୍ରେଣୀ‌ରୁ ପିଲା ପଢ଼ିବେ ଇଂରାଜୀ: ଗଣଶିକ୍ଷା ମନ୍ତ୍ରୀ

ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ, ଘରୋଇ ସ୍କୁଲ ଟ୍ୟୁସନ୍‌ ଫି ଛାଡ ନ କଲେ କାର୍ଯ୍ୟାନୁଷ୍ଠାନ

ରାଉରକେଲା: ଶନିବାର ରାଜ୍ୟରେ ୧୦ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରାୟ ୮ ହଜାର ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବୈଠକରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କହିଥିଲେ, ଗତ ଜାନୁଆରୀ ୮ରୁ ଦଶମ ଶ୍ରେଣୀରେ ଅପ୍‌ ଲାଇନ ପାଠ ପଢ଼ା ଆରମ୍ଭ ହୋଇଛି। କରୋନା ପାଇଁ ୩୦% ପାଠ୍ୟକ୍ରମକୁ କାଟ କରାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଦଶମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ‘ପରୀକ୍ଷା ଦର୍ପଣ’ ଯୋଗାଇ ଦିଆଯାଇଛି। ସରକାରୀ ସ୍କୁଲ ଘରୋଇ ସ୍କୁଲଗୁଡ଼ିକ ଠାରୁ କୌଣସି ଗୁଣରେ କମ୍‌ ନୁହେଁ।‌ ଚଳିତ ବର୍ଷର ପ୍ରଥମ ଶ୍ରେଣୀ ପିଲାମାନେ ଇଂରାଜୀ ପାଠ ପଢ଼ିବେ। ରାଜ୍ୟରେ କେତେକ ସ୍କୁଲକୁ ଏହି ତାଲିକାରେ ସାମିଲ କରାଯାଇଛି। ରାଉରକେଲାର ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ଏହି ତାଲିକାରେ ରହିଛି। ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା କେବଳ ସରକାର ନୁହେଁ ଅଭିଭାବକମାନଙ୍କର ମଧ୍ୟ ଗୁରୁ ଦାୟିତ୍ବ ରହିଛି। ଏଣିକି ବର୍ଷକୁ ଥରେ ନୁହେଁ ୪ ଥର ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହେବ ।

ଏହି ଅବସରରେ ଆୟୋଜିତ ଅଭିଭାବକ ବୈଠକରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା କଥା କହିଥିଲେ। କରୋନା ଭଳି ଜଟିଳ ସମୟରେ ଘରୋଇ ସ୍କୁଲ ଫି’ଛାଡ ପ୍ରସଙ୍ଗରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ହାଇକୋର୍ଟର ରାୟଙ୍କୁ ସମସ୍ତ ଘରୋଇ ସ୍କୁଲ ମାନିବା ଦରକାର। ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ଯଦି କୌଣସି ଘରୋଇ ସ୍କୁଲ ଏମିତି କରୁଥାନ୍ତି, ଲିଖିତ ଅଭିଯୋଗ ଆସିଲେ ସରକାର ନିଶ୍ଚିତ ଭାବେ ବିଚାର କରିବେ ବୋଲି କହିଥିଲେ।

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଥିଲେ ଖୁବ୍‌ ଶୀଘ୍ର ରାଉରକେଲା ମଡେଲ ସହର ହେବାକୁ ଯାଉଛି। ପ୍ରତ୍ୟେକ ସ୍କୁଲକୁ ଘରୋଇ ସ୍କୁଲ ଢ଼ାଞ୍ଚାରେ କରିବାକୁ ପୟାସ ଚାଲିଛି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ ଗିରିଙ୍କ ସମୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ଜିଲ୍ଲା ଅଭାବ ଶିକ୍ଷକ ପୂରଣ କରିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସମ୍ଭବପର ହୋଇ ପାରି ନଥିଲା। ଆଗାମୀ ଦିନରେ ଜିଲ୍ଲାରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ବର୍ତ୍ତମାନ ଡିଇଓ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ଆବଶ୍ୟକ ଅର୍ଥ ଜିଲ୍ଲାପାଳଙ୍କ ଜରିଆରେ ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯିବ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞାପରମିତା ଜେନା, ଉଦିତନଗର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶକୁନ୍ତଳା ଜେନା, ଅଭିଭାବକ ସଂଘର ସଭାପତି ମଞ୍ଚାସୀନ ଥିଲେ। ଆଲୁମିନି ଆସୋସିଏସନର କର୍ମକର୍ତ୍ତାମାନେ ମଧ୍ୟ ସାମିଲ ହୋଇଥିଲେ। ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର