ଭୁବନେଶ୍ବର: ସ୍ବାଧୀନତା ଦିବସ ସମସ୍ତ ବିଦ୍ୟାଳୟରେ ପାଳନ କରାଯିବ। ମାତ୍ର ସେଥିରେ କୌଣସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ। କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହେବ। ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ଆଧାରରେ ଏଥର ସ୍କୁଲଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କାରଣରୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉଥିବା ଏହି ଉତ୍ସବରେ ପ୍ୟାରେଡ୍ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ ବୋଲି କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ଆଧାର କରି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି।
ସ୍ବାଧୀନତା ଦିବସରେ ଭାଗ ନେବେନି ପିଲା
/sambad/media/post_attachments/wp-content/uploads/2020/08/IndependenceDay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)