ଏସଭିଏସରେ ଶିଶୁ ଦିବସ ପାଳିତ, ଅନଲାଇନରେ ଅନୁଷ୍ଠିତ ହେଲା ବିଭିନ୍ନ ପ୍ରତିଯୋଗିତା

ବାରିପଦା : ବାରିପଦା ଶିରିଶବଣିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା ଶ୍ରମରେ ଭିନ୍ନ ଢଙ୍ଗରେ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ବୀଣାପାଣି ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦୁଇଦିନ ଧରି ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନଲାଇନ ମାଧ୍ୟମରେ ଫେନ୍ସି ଡ୍ରେସ, କ୍ୟାଟୱାକ୍, ରଙ୍ଗୋଲି, ଗୀତ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ସମସ୍ତ ଶ୍ରେଣୀରୁ ଶ୍ରେଷ୍ଠ ୨ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ରାଉଣ୍ଡକୁ ନିଆଯାଇଥିବା ବେଳେ ଗ୍ରୁପ ଏ’ ରେ କେଜିରୁ ୨ୟ ଶ୍ରେଣୀ, ଗ୍ରୁପ ବି’ରେ ୩ୟରୁ ୭ମ ଶ୍ରେଣୀ ଏବଂ ଗ୍ରୁପ ସି’ରେ ୮ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମୋଟ ୩ଟି ଗ୍ରୁପରେ ଭାଗ କରାଯାଇ ଏହାର ଫାଇନାଲ ରାଉଣ୍ଡ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ତରଫରୁ ୩୦୦ ଓ ୨୦୦ ଟଙ୍କା ପୁରସ୍କାର ସହିତ ଅନଲାଇନରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁ, ଆଦର୍ଶ ଶତପଥୀ, ସହସଂଯୋଜକ ସନ୍ଦିପ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟର ଏଭଳି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର