ଶିଶୁ ସାହିତ୍ୟିକ ହରେକୃଷ୍ଣ ଦାଶଙ୍କ ପରଲୋକ

ବରଗଡ଼ : ବିଶିଷ୍ଟ ଶିଶୁ ସାହିତ୍ୟିକ ହରେକୃଷ୍ଣ ଦାଶଙ୍କ ‌ସୋମବାର ପର‌ଲୋକ ହୋଇଛି। ତାଙ୍କ ବି‌ୟୋଗରେ ଓଡ଼ିଆ ସାହିତ୍ୟର ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି।

ସେ ୧୯୩୧ ମସିହା ଅଗଷ୍ଟ ୩୧ ତାରିଖରେ ଅଭିବକ୍ତ କଟକ ଜିଲ୍ଲାର ବାଙ୍କି ଉପଖଣ୍ଡ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଲାଭ କରିଥିଲେ। ୧୯୫୦ ରେ ମାଟ୍ରିକ ଓ ୧୯୫୬ରେ ବି ଏ ପାଶ କରି ସମବାୟ ବିଭାଗରେ ଚାକିରି ଜୀବନ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରି ୧୯୮୯ ମସିହାରେ ଅବସର ନେଇଥିଲେ। ଓଡ଼ିଶା ସାହିତ୍ୟର ବିଭିନ୍ନ ବିଭାଗ ଗଳ୍ପ, ଉପନ୍ୟାସ, କବିତା, ବିଜ୍ଞାନଭିତ୍ତିକ ପ୍ରବନ୍ଧ, ସମବାୟ ସାହିତ୍ୟ, ଅନୁବାଦ ସାହିଥ୍ୟ ପ୍ରଭୃତି ସବୁ କ୍ଷେତ୍ରରେ ଲେଖନୀ ଚାଳନା କରି ‌ଜଣେ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଭାବେ ରାଜ୍ୟରେ ବେଶ୍‌ ପରିଚିତ। ତାଙ୍କର ୩୦ ଖଣ୍ଡ ପୁସ୍ତକ ରହିଥିବାବେଳେ କେତୋଟି ଅପ୍ରକାଶିତ ପାଣ୍ଡୁଲିପି ମଧ୍ୟ ରହିଛି। ନିଜର ସାରସ୍ବତ ସାଧନା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ସୋମବାର ଜୀରା ନଦୀକୂଳ ଶ୍ମଶାନଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ଆଦିତ୍ୟ ନାରାୟଣ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର