ଚିଲିକା ଡଙ୍ଗାବୁଡ଼ି ଘଟଣା: ୨ ଦିନରେ ୫୭ ଡଙ୍ଗା ଯା‌ଞ୍ଚ

ବାଲୁଗାଁ: ଗତ ରବିବାର ସନ୍ଧ୍ୟାରେ ଚିଲିକା ଡଙ୍ଗା ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇ ପ୍ରତ୍ୟେକ ଯାତ୍ରୀବାହୀ ଓ ମତ୍ସ୍ୟଜୀବୀ ଡଙ୍ଗାକୁ ଯା‌ଞ୍ଚ କରାଯିବା ସହ ଦୃଢ଼ ପଦେକ୍ଷପ ନିଆଯାଉଛି। ଚିଲିକା ତହସିଲଦାର ଡ. ଶରତ କୁମାର ମହାପାତ୍ର ଓ ମତ୍ସ୍ୟ ସଂପଦ ଅଧିକାରୀ କ୍ଷେତ୍ରବାସୀ ବେହେରାଙ୍କ ନେତୃତ୍ତ୍ବରେ ବାଲୁଗାଁ ପୁଲିସ ସହାୟତାରେ ସିଡିଏର କର୍ମଚାରୀ ଓ ଜଳପଥ ବିଭାଗର କର୍ମଚାରୀମାନେ ଯୋଗଦେଇ ବାଲୁଗାଁ, ଗବପଦର, ଚନ୍ଦ୍ରାପୁଟ, ବଡ଼କୁଳ, ନଈରୀ ଓ ବଉଳାବନ୍ଧ ଆଦି ଅଞ୍ଚଳରେ ଥିବା ୮୫୭ଟି ଡଙ୍ଗାକୁ ଯା‌ଞ୍ଚ କରିବା ସହ ‌ସେଥିମଧ୍ୟରେ ୭୪୮ଟି ଡଙ୍ଗା ଭଲ ଥିବା ଜଣାପଡ଼ିଛି। ୨୨ଟି ଡଙ୍ଗା ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ମାତ୍ର ଡଙ୍ଗାର କାଗଜପତ୍ର ନ ଥିବା ୮୭ଟି ଡଙ୍ଗାକୁ ମାଲିକଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗାରେ ୧୨ଜଣଙ୍କ ସହ ସମସ୍ତଙ୍କ ପାଇଁ ସୁରକ୍ଷା ଜ୍ୟାକେଟ୍ ବାଧ୍ୟତାମୂଳକ ଓ ମତ୍ସ୍ୟଜୀବୀ ଡଙ୍ଗାରେ ୪ଜଣ ସହ ସୁରକ୍ଷା ଜ୍ୟାକେଟ୍ ବାଧ୍ୟତାମୂଳକ ବୋଲି ଟାକ୍ସଫୋର୍ସର ସମସ୍ତ ସଦସ୍ୟ ଡଙ୍ଗା ମାଲିକଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର