ବିଜେଡିରେ ଯୋଗଦେଲେ ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ

ବ୍ଲକ ଉପାଧ୍ୟକ୍ଷ ବିଜେଡିରେ

ଭୁବନେଶ୍ବର : ଚିଲିକା ବ୍ଲକ ଉପାଧ୍ୟକ୍ଷ ଉତ୍ପଳ କୁମାର ପାଇକରାୟ ବିଜେଡିରେ ଯୋଗଦେଇଛନ୍ତି। ଏହାସହିତ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ବରେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ବିଜେପି ସମର୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ କର୍ମୀ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ।

ଶନିବାର ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ଅଙ୍କୁଲା ସରପଞ୍ଚ ମମତା ପାଇକରାୟ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ହରିପୁର ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ଆୟତପୁର ସରପଞ୍ଚ ହରଶ ସେଠୀ, ହାଟବରଡିହିର ପୂର୍ବତନ ସରପଞ୍ଚ ରୀନା ବେହେରା, ନିମିଖେତାର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ କେଇ, ବାଲୁଗାଁ କୋ-ଅପରେଟିଭ୍ ସୋସାଇଟି ସଭାପତି ଲଳିତ ମିଶ୍ରଙ୍କ ସମେତ ବିଜେପିର ଶତାଧିକ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଥିଲେ। ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଥିବାରୁ ଖୋର୍ଦ୍ଧା ଓ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସାଂଗଠନିକ ସ୍ଥିତି ଆହୁରି ମଜବୁତ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ। ଏହି ମିଶ୍ରଣ ପର୍ବରେ ବ୍ଲକ ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାରଙ୍କ ସମେତ ବହୁ ସ୍ଥାନୀୟ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର