ବାଣପୁର: ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର ଉପକାରାଗାରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ହଠାତ୍ ଅସୁସ୍ଥ ହେବାରୁ ପ୍ରଶାନ୍ତ ଜଗଦେବଙ୍କୁ ଗତ ରାତି ୧୨ଟା ୨୦ ମିନିଟ୍ ସମୟରେ ବାଣପୁର ଉପକାରାଗାରରୁ ଅଣାଯାଇଥିଲା। ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଚାରିଚକିଆ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ। ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ। ତେବେ ଏହି ଘଟଣା ପରେ ଉତ୍ତ୍ୟକ୍ତ ଜନତା ବିଧାୟକ ଶ୍ରୀ ଜଗଦେବଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସର୍ବସାଧାରଣଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇବା ପରେ ବିଧାୟକ ଲହୁଲୁହାଣ ହୋଇଯାଇଥିଲେ। ତାଙ୍କୁ ମଧ୍ୟ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲୋକେ ତାଙ୍କ ଗାଡ଼ିକୁ ବାଡ଼େଇ ଭାଙ୍ଗିଦେଇଥିଲେ। ପ୍ରଶାନ୍ତ ଗତ ୨୨ ତାରିଖ ଅପରାହ୍ନରେ ହସ୍ପିଟାଲରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।
ବାଣପୁର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାରପିଟ୍ ଘଟଣାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବ୍ଲକ ସଭାପତି ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ବାଣପୁର ବ୍ଲକ ପରିସ୍ତରରେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓଙ୍କ ନେତୃତ୍ବରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ପୁଲିସ ନିଳାଦ୍ରୀପ୍ରସାଦ ବାଙ୍କଡାଘର ନିକଟ ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ: ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2022/03/Prashant-Jagadev-Transferred-to-Capital-Hospital_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)