ସାଂସଦ ପ୍ରାର୍ଥୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ: ଚିନ୍ମୟ ସେନାପତିଙ୍କୁ ଜାମିନ

କଟକ : ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦୁଝର ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଚିନ୍ମୟ ସେନାପତି ଓରଫ ଚୌକିଦାର ଚିନୁଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିନ୍ମୟଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠା‌ରେ ସୂଚନା ଯୋଗ୍ୟ ଯେ ପ୍ରାର୍ଥୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପ୍ରସଂଗକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ଚିନ୍ମୟ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର