ଆଦିତ୍ୟଙ୍କ ପତ୍ନୀ ଓ ବିସ୍ମିତ ବିରୋଧରେ ଥାନାରେ ମାମଲା: ସଙ୍ଗିନ୍‌ ଅଭିଯୋଗ ଆଣିଲେ ଚିନ୍ମୟୀ

ବିଳମ୍ବିତ ରାତିରେ ମେସେଜ, ଭିଡିଓକଲ କରୁଥିଲେ

ବାଲେଶ୍ବର : ସମା‌ଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ମ‌ାମଲା‌େର ବାଲେଶ୍ବରର ଯୁବତୀ ଚିନ୍ମୟୀ ମହାପାତ୍ରଙ୍କୁ ଅଯଥାରେ ଯୋଡ଼ି ଲଗାତାର ଭାବେ ଯେଉଁ ଅପପ୍ରଚାର ଚାଲିଛି, ସେ ନେଇ ଖଇରା ଥାନାରେ ଚିନ୍ମୟୀ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଖନ୍ତାପଡ଼ା ଥାନା ମହାରାଜପୁର ଗ୍ରାମର ବିସ୍ମିତ ଦାସ, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ କିଛି ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ଚିନ୍ମୟୀଙ୍କ ଏତଲାରେ ‌୧୮୪/୨୦ରେ(ଦଫା ୫୦୦, ୫୦୬, ୧୯୯, ୨୦୩ ଓ ୩୪ଆଇପିସି) ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଏତଲାରେ ଚିନ୍ମୟୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଯଦି ସତ ହୋଇଥାଏ, ତାହେଲେ ବିସ୍ମିତ ଦାସଙ୍କୁ ଏହା ନିଶ୍ଚିତ ଭାବେ ମହଙ୍ଗା ପଡ଼ିବ ଏଥିରେ ସନ୍ଦେହ ନାହିଁ। ନିଜ ଏତଲା କପିରେ ଚିନ୍ମୟୀ ଉଲ୍ଲେଖ କରିଛନ୍ତି ଯେ, ବିସ୍ମିତ କ୍ରାଇମବ୍ରାଞ୍ଚରେ କାମ କରୁଛନ୍ତି ବୋଲି କହିବା ସହିତ ବିଭିନ୍ନ ସମୟରେ ତାଙ୍କ ମୋବାଇଲକୁ ଆକୃଷ୍ଟ କଲା ଭଳି ମେସେଜ ପଠାଉଥିଲେ। ଏହା ସହିତ ବିଳମ୍ବିତ ରାତିରେ ଭିଡିଓକଲ କରି ତାଙ୍କର ଥିବା ‘ଆଚ୍ଛା’ ସଂଗଠନର ସଦସ୍ୟ ହେବା ପାଇଁ ବାଧ୍ୟ କରୁଥିଲେ। ଏଥିରେ ଚିନ୍ମୟୀ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏହା ପରଠୁଁ ସେ ଏକପ୍ରକାର ପ୍ରତିଶୋଧପରାୟଣ ହୋଇ ତାଙ୍କୁ ବଦନାମ କରିବା ସହ ତାଙ୍କ ନାଁରେ ଅପପ୍ରଚାର କରିବା ଆରମ୍ଭ କରିଦେଲେ। ଆଦିତ୍ୟଙ୍କ ସହ ଯଦିଓ ତାଙ୍କର ପୂର୍ବରୁ ପ୍ରେମସମ୍ପର୍କ ରହିଥିଲା, ହେଲେ ବିଦ୍ୟାଶ୍ରୀଙ୍କ ସହିତ ବାହାଘର ପରେ ଚିନ୍ମୟୀ ସମ୍ପୂର୍ଣ୍ଣ ଭାବରେ ସେ କଥା ଭୁଲି ସାରିଥିଲେ। ହେଲେ ଆଦିତ୍ୟଙ୍କ ମୃତ୍ୟୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବା ଏବଂ କ୍ରାଇମବ୍ରାଞ୍ଚ ଦ୍ବାରା ତଦନ୍ତ କରାଯାଉଥିବା ବେଳେ ବିସ୍ମିତ ନିଜର ପୂର୍ବ ରାଗ ସୁଝାଇବା ଆଳ‌ର ଅଯଥାରେ ତାଙ୍କୁ ଏ ମାମଲା ଭିତରକୁ ‌ଟାଣିଛନ୍ତି। ଖାଲି ଏତିକି ନୁହେଁ, ବିସ୍ମିତ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଚରିତ୍ର ଉପରେ ଖୁଲମଖୁଲା ଆଙ୍ଗୁଳି ଉଠାଇବାକୁ ମଧ୍ୟ ପଛାଉନାହାନ୍ତି।

ସେହିପରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମଧ୍ୟ ବିଭିନ୍ନ ଗଣମାଧ୍ୟମ‌େର ତାଙ୍କୁ ବାରମ୍ବାର ‘ସାଇକୋ ଲେଡି’ ବୋଲି ସମ୍ବୋଧନ କରୁଛନ୍ତି। ସେ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ ଏବଂ ଜଣେ ବ୍ଲାକମେଲର ବୋଲି ଆରୋପ ଲଗାଇବା ଦ୍ବାରା ତାଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇଥିବା ଚିନ୍ମୟୀ ଅଭିଯୋଗ କରିଛନ୍ତି। ଏହାଛଡ଼ା ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମରେ ଲଗାତାର ଭାବେ ଏହି ଘଟଣାକୁ କେନ୍ଦ୍ର କରି ତାଙ୍କ ବିରୋଧରେ ଯେଉଁଭଳି ଖବର ପ୍ରସାରଣ କରାଗଲା ସେଥିପାଇଁ ସେ ଓ ତାଙ୍କ ପରିବାରର ମାନସମ୍ମାନ ହାନି ହୋଇଛି। ଏବେ ତାଙ୍କ ଘରେ ସମସ୍ତେ ଏହି ଘଟଣାକୁ ନେଇ ମାନସିକ ଚାପରେ ଅଛନ୍ତି ଏବଂ ବାହାରକୁ ବାହାରି ପାରୁନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ତାଙ୍କ ବାବଦରେ ନାନା କଥା ଆଲୋଚନା ହେଉଛି। ତେଣୁ ପ୍ରତ୍ୟେକ୍ଷ କିମ୍ବା ପ‌େରାକ୍ଷରେ ଏଥିପାଇଁ ବିସ୍ମିତ, ବିଦ୍ୟାଶ୍ରୀ ଏବଂ ସେମାନଙ୍କ ସହଯୋଗୀମାନେ ଦାୟୀ। ଏଥିପାଇଁ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ମୁହୂର୍ତ୍ତରେ ଯଦି କିଛି କ୍ଷତି ଘଟେ, ତାହେଲେ ସେହିମାନେ ଦାୟୀ ରହିବେ ବୋଲି ଚିନ୍ମୟୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର