ଚାଷଜମିକୁ ମାଡୁନି ଚିପିଲିମା ଡିଷ୍ଟ୍ରିବ୍ୟୁଟାରି ପାଣି : ନଷ୍ଟ ହେବାକୁ ବସିଲାଣି ତୁଲୁଣ୍ତିର ୧୫୦ ଏକର ଫସଲ

ସମ୍ବଲପୁର : ନାଁ କୁ ଜଳସେଚିତ ଜମି। ହେଲେ ମାଡ଼ୁନି ପାଣି। ବନ୍ୟା ଯୋଗୁଁ ଅଚଳ ହୋଇ ପଡ଼ିଥିବା ଉଠାଜଳସେଚନ ମଧ୍ୟ ୪ ମାସ ହେଲା ମରାମତି ହୋଇ ପାରି ନାହିଁ। ଏଥିଯୋଗୁଁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ତୁଲୁଣ୍ତିର ପ୍ରାୟ ୧୫୦ ଏକର ଜମିରେ ପାଣି ମାଡୁ ନାହିଁ। ଉଠାଜଳସେଚନ ମରାମତି ନେଇ ଆଞ୍ଚଳିକ କୃଷକ ସଙ୍ଗଠନ ଚାରପାଲି ପକ୍ଷରୁ ଜିଲ୍ଲାପାଳ ଏବ˚ ଉଠାଜଳସେଚନ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଲାଭ ହୋଇ ପାରିନଥିବା ଅଭିଯୋଗ ହୋଇଛି। ଏହାର ମରାମତି ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

ଜୁଲାଇ ୨୧ ତାରିଖ ବନ୍ୟାର ୪ ମାସ ପରେବି ଏହାର ପ୍ରଭାବ ତୁଲୁଣ୍ତି ଗାଁ ଚାଷୀମାନଙ୍କୁ ଭୋଗିବାକୁ ପଡ଼ୁଛି। ଅଚାନକ ସେଦିନର ପ୍ରବଳ ବର୍ଷା ଭୋଇଟିକ୍ରା ଗାଁକୁତ ବରବାଦ କରି ଦେଲା କିନ୍ତୁ ଏହାର ନିକଟସ୍ଥ ତୁଲୁଣ୍ତିର ଚାଷ ଜମିର ଜଳସେଚନକୁ ବିଧ୍ବ˚ସ କରିବା ଭଳି ସ୍ଥିତି ହୋଇଛି। ପ୍ରବଳ ବର୍ଷାରେ ଉଠାଜଳସେଚନର ମୋଟରକୁ କୁଆଡ଼କୁ ଭସାଇ ନେଇଗଲା। ଉଠାଜଳସେଚନକୁ ସ˚ଯୋଗ କରୁଥିବା ଟ୍ରାନ୍ସଫରମର ତଳେ ପଡ଼ିଗଲା। ଏଥିଯୋଗୁଁ ବିପଦଜନକ ସ୍ଥିତିରେ ବିଜୁଳି ତାର ଝୁଲି ରହିଛି। ଚାଷକୁ ଆଖି ଆଗରେ ରଖି ଜୁଲାଇ ୨୩ ତାରିଖ ଦିନହିଁ ସ୍ଥାନୀୟ ଚାଷୀ ସଙ୍ଗଠନ ଏହାର ମରାମତି ପାଇଁ ଉଠାଜଳସେଚନ ବିଭାଗ ଜେଇ, େଵସ୍କୋ ଏବ˚ ପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ। କିନ୍ତୁ କେହି ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାକୁ ଦେଖିବାକୁ ଆସିନଥିବା ଏହି ଗାଁ ଚାଷୀ ଅଶୋକ ନାଥ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବରୁ ଏହି ଗାଁକୁ ଚିପିଲିମା ଡିଷ୍ଟ୍ରିବ୍ୟୁଟାରିର ପାଣି ଆସୁଥିଲା। ମାତ୍ର ଚଳିତ ଖରିଫ ସେହି ପାଣି ଆସି ନାହିଁ। ବର୍ତ୍ତମାନ ଧାନ ଗର୍ଭିଣୀ ହେବା ସମୟ। ଆବଶ୍ୟକ ବର୍ଷା ନହେବା ସହିତ ପାଣିର ଏଭଳି ସମସ୍ୟା ଯୋଗୁଁ ସମସ୍ୟା ଜଟିଳ ହେଉଛି। ଏହା କେବଳ ଉଦାହରଣ ମାତ୍ର ତୁଲୁଣ୍ତିରେ ସମୁଦାୟ ୯ଟି ଉଠାଜଳସେଚନ ପ୍ରକଳ୍ପ ରହିଛି। ସେଥିରୁ ୫ଟି ଅଚଳ ହୋଇ ପଡ଼ିଛି। ଅଧିକା˚ଶ ବିଜୁଳି ସ˚ଯୋଗ ସମସ୍ୟା ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏଥିପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର