ଭୁବନେଶ୍ବର: ଦିଲ୍ଲୀ ହୌଜ୍ଖାସ୍ସ୍ଥିତ ଜଗନ୍ନାଥ ମନ୍ଦିରରେ ‘ଚିରନ୍ତନୀ’ ସାହିତ୍ୟ ପତ୍ରିକାର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାରସ୍ଵତ ସାଧକ ତଥା ଭାରତ ସରକାରଙ୍କ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅମରେନ୍ଦ୍ର ଖଟୁଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀ ଖଟୁଆ ପତ୍ରିକା ଉନ୍ମୋଚନ କରିବା ସହ ଓଡ଼ିଆ ଭାଷାକୁ ଯାଜପୁରର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟା ରିତା ନାୟକ, ସାହିତ୍ୟିକ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ବିରଜା ମହାପାତ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଇତିହାସରେ ଯାଜପୁରର ସାରସ୍ୱତ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପଲ୍ଲିବାଣୀର ସମ୍ପାଦକ ରାମଚନ୍ଦ୍ର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଜୟନ୍ତୀ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଯୁକ୍ତା ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ସ୍ୱର୍ଣ୍ଣପ୍ରଭା ପତିଙ୍କ ଉଚ୍ଚକୋଟୀର ସଂଯୋଜନା ଓ ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରସାଦ ପତିଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଉତ୍କଳ ଭାରତୀର ସମ୍ପାଦକ ଡ. ନିର୍ମଳ ପଟ୍ଟନାୟକ ଓ ସାହିତ୍ୟିକ ବ୍ୟାସଦେବ ନାୟକ, ଯୁବ ଆଇଆଇଟି ପ୍ରତିଭା ଦିଲ୍ଲୀପ କୁମାର ସାହୁ ପ୍ରମୁଖଙ୍କ ସମତେ ୬୦ରୁ ଅଧିକ ଓଡ଼ିଆ ସାରସ୍ୱତ ସାଧକ/ସାଧିକା ଉପସ୍ଥିତ ଥିଲେ। ଗାଳ୍ପିକ ମୁକ୍ତିକାନ୍ତ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନନ୍ତ ଓଝା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/654sf5h4sfhfsh32sf1321sfhsfhsfhh.jpg)