ଅଧିକ ସୁଧ ଦେବ କହି ୧୫କୋଟି ଲୁଟ୍: ଚିଟ୍‌ଫଣ୍ଡ୍ କମ୍ପାନିର ଏମ୍‌ଡି କୋଲକାତାରୁ ଗିରଫ

ଭୁବନେଶ୍ବର : ଲୋକଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ପ୍ରାୟ ୧୫ କୋଟି ଟଙ୍କା ଠକେଇ କରିଥିବା ହ୍ୟୁମାନ୍ ୱେଲଫେୟାର୍ କ୍ରେଡିଟ୍ ଆଣ୍ଡ ଥ୍ରିଫ୍ଟ କୋପୋରେଟିଭ୍ ସୋସାଇଟି ଲିମିଟେଡ୍‌ର ଏମ୍‌ଡି ପ୍ରତାପ କୁମାର ବିଶ୍ବାଳଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। କୋଲକାତାର ନିଉଗଡ଼ିଆ ଅଞ୍ଚଳରୁ ପ୍ରତାପଙ୍କୁ ଗିରଫ କରିବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡ୍‌ରେ ଆଣି ଇଓଡବ୍ଲୁ ଆଜି ତାଙ୍କୁ ବାଲେଶ୍ବର କୋର୍ଟରେ ହାଜର କରାଯାଇଛି।

ମିଳିଥିବା ସୂଚନା ମୁତାବକ ଗତ ୨୦୧୨ ମସିହାରେ ପ୍ରତାପ ତାଙ୍କ ମୂଳ କମ୍ପାନି ମାସ୍ ଇନ୍‌ଫ୍ରା ରିଅଲିଟି ଲିମିଟେଡ୍‌ର ନାଁ ପରିବର୍ତ୍ତନ କରିବା ସହିତ ଏହାକୁ ହ୍ୟୁମାନ୍ ୱେଲଫାୟାର କ୍ରେଡିଟ କମ୍ପାନିରେ ନାମକରଣ କରିଥିଲେ। ଏହା ପରେ ବିଭିନ୍ନ ଲୋକଙ୍କୁ କମ୍ପାନିର ଭିନ୍ନ ଭିନ୍ନ ସ୍କିମ୍‌ରେ ଟଙ୍କା ଲଗାଇ ଅଧିକ ସୁଧ ଦେବାକୁ କହିଥିଲେ କମ୍ପାନି କର୍ତ୍ତୃପକ୍ଷ। ପ୍ରତାପଙ୍କ ସମେତ ୬ଜଣ ନିର୍ଦ୍ଦେଶକ ଏହିଭଳି ଏକାଧିକ ଲୋକଙ୍କଠାରୁ ୧୫କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଏ ନେଇ ସୋରର ଶୁକଦେବ ହୋତା ୨୦୧୯ରେ ସୋର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର